ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଭକ୍ତିସ୍ୱତନ୍ତ୍ର

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ । ୪ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ଦ୍ବିତୀୟ ଭୋଗମଣ୍ଡପ ଶେଷପରେ ଶ୍ରୀଜିଉଙ୍କ ଏହି ସ୍ୱତନ୍ତ୍ର ନୀତି ହେବ । ଏଥିପାଇଁ ଅପରାହ୍ଣରେ ଠାକୁର ଦର୍ଶନ କଟକଣା ରହିବ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ, କଳା ଆଦି ବ୍ୟବହାର କରାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି ।

ବନକଲାଗି ନୀତି ପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ ।

 

Show More

Related Articles

Back to top button