ଓଡ଼ିଶାଭକ୍ତି

ଆଜି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ସମଲେଶ୍ୱରୀ

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ବଲାଙ୍ଗୀରରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ସମଲେଶ୍ୱରୀ । ଏଠାରେ ବିଶ୍ୱାସ ରହିଛି ଯେ, ଲକ୍ଷେଗଙ୍ଗା ଦର୍ଶନ ସହ ଗଙ୍ଗା ସ୍ନାନ କରିବା ଯାହା ମା’ଙ୍କ ଏହି ଧବଳମୁଖୀ ବେଶ ଦର୍ଶନ କରିବା ତାହା । ତେବେ କାଲିଠୁ ମା’ଙ୍କ ନବଦିନାତ୍ମକ ପୂଜା ହେବା ସହ ନଅ ଦିନ ଧରି ମା’ ୯ଟି ବେଶରେ ଦର୍ଶନ ଦେବେ l

ତେବେ ମିଳିଥିବା ସୂଚନା ଅନୁଯାୟୀ , ଆଜି ଭୋର ୫ଟା ରୁ ମା’ଙ୍କ ଦର୍ଶନ ପାଇଁ ଭିଡ ପରିଲକ୍ଷିତ ହୋଇଥିଲା ।  ରାତି ୩ ଟାରୁ ମା’ଙ୍କ ବେଶ ଆରମ୍ଭ କରିଥିଲେ ପୂଜକ l ତାହା ସରିବା ପରେ ସମସ୍ତ ନୀତିକାନ୍ତି ସାରି ଭୋର ୫ଟାରେ ଦ୍ୱାର ଫିଟିଥିଲା ଓ ସକାଳୁ ମା’ଙ୍କ ଦର୍ଶନ ଆରମ୍ଭ ହୋଇଛି l ଆଜି ସନ୍ଧ୍ୟାରେ ମା’ଙ୍କ ମହାଆଳତୀ ହେବ ଯାହାକୁ ଦେଖିବା ପାଇଁ ଗାଁ ଗାଁରୁ ଆସିଥାନ୍ତି ଭକ୍ତ l

 

Show More

Related Articles

Back to top button