Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ୭୪ତମ ମନ୍ କି ବାତ୍ ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ୭୪ତମ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରତି ମାସ ଶେଷ ରବିବାର ଏହି ରେଡିଓ କାର୍ଯ୍ୟକ୍ରମ ହୋଇଥାଏ।

ଆଜି ୭୪ତମ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରତି ମାସ ଶେଷ ରବିବାର ଏହି ରେଡିଓ କାର୍ଯ୍ୟକ୍ରମ ହୋଇଥାଏ। ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣ ମାମଲା ଓ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ଚର୍ଚ୍ଚା କରିବେ ବୋଲି ଅନୁମାନ କରାଯାଉଛି। ସେହିପରି କଳା, ସଂସ୍କୃତି, ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପ୍ରେରଣାଦାୟୀ କାହାଣୀ ବାଣ୍ଟିବାକୁ ଲୋକମାନଙ୍କୁ ଅପିଲ କରିଥିଲେ ମୋଦି।

ତେବେ “ପ୍ରେରଣାଦାୟକ ଉଦାହରଣ ମାଧ୍ୟମରେ ଜାନୁୟାରୀ ମାସର ମନ କି ବାତ୍ ରେ ମୋଦି କଳା, ସଂସ୍କୃତି, ପର୍ଯ୍ୟଟନ ଏବଂ କୃଷି ଉଦ୍ଭାବନ ଠାରୁ ଆରମ୍ଭ କରି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ସେହିପରି ଫେବୃଆରୀ ୨୮ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଅଧିକ ଉତ୍ସାହଜନକ କାହାଣୀ ଶୁଣିବାକୁ ପସନ୍ଦ କରିବି” ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ସେୟାର କରିଥିଲେ। ପରବର୍ତ୍ତୀ ‘ମନ୍ କି ବାତ୍’ ପାଇଁ ପରାମର୍ଶ ଦେବାକୁ ମୋଦି ଏକ ଲିଙ୍କ୍ ସେୟାର କରିଥିଲେ।

Show More

Related Articles

Back to top button