Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଚେନ୍ନାଇ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ତାମିଲନାଡୁ ଓ ପୁଡୁଚେରୀରେ ଜନସଭାକୁ କରିବେ ସମ୍ବୋଧିତ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଳମ୍ବିତ ରାତିରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପହଂଚିଛନ୍ତି । ବିମାନବନ୍ଦରରେ ପହଂଚିବା ପରେ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଶାହାଙ୍କୁ ସ୍ୱାଗତ ଜଣାଇଛନ୍ତି ।

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଳମ୍ବିତ ରାତିରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପହଂଚିଛନ୍ତି । ବିମାନବନ୍ଦରରେ ପହଂଚିବା ପରେ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଶାହାଙ୍କୁ ସ୍ୱାଗତ ଜଣାଇଛନ୍ତି । ତାମିଲନାଡୁ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଶାହ ଜନସଭାକୁ ସମ୍ବୋଧିତ କରିବା ପାଇଁ ଚେନ୍ନାଇ ପହଂଚିଛନ୍ତି । ଏଥି ସହିତ ସେ ଆସନ ଭାଗବଣ୍ଟା ନେଇ ମଧ୍ୟ ଚର୍ଚ୍ଚା କରିପାରନ୍ତି ।

ଅମିତ ଶାହା ରବିବାର ତାମିଲନାଡୁ ଓ ପୁଡୁଚେରୀରେ ଜନସଭାକୁ ସମ୍ବୋଧିତ କରିବେ । ପାର୍ଟି ନେତାମାନଙ୍କ କହିବା ଅନୁସାରେ ଶାହା ଉଭୟ ରାଜ୍ୟରେ କର୍ମକର୍ତ୍ତାଙ୍କ ସହିତ ବୈଠକ ମଧ୍ୟ କରିବେ । ବିଜେପି ତାମିଲନାଡୁରେ ଏଆଇଡିଏମ୍‌କେ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରବିବାର ସକାଳୁ ଶାହା ପୁଡୁଚେରୀର କରାଇକଲରେ ଜନସଭାକୁ ସମ୍ବୋଧନ କରିବେ ।

ଏହା ପରେ ତାମିଲନାଡୁର ଭିଲ୍ଲୁପୁରମ ଜିଲ୍ଲାର ଜାନକୀପୁରମରେ ‘ବିଜୟ ସଂକଳ୍ପ ରାଲି’ କରିବେ । ତାମିଲନାଡୁର ୨୩୪ ବିଧାନସଭା ଆସନରେ ଏପ୍ରିଲ ୬ରେ ମତଦାନ ହେବ । ଶାହାଙ୍କ ଆଗମନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଏଲ୍ ମୁରୁଗମ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀ ଏଆଇଡିଏମ୍‌କେ ନେତା ତଥା ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ୱାମୀ ଓ ଓ ପନୀରସେଲଭମଙ୍କ ସହିତ ଆସନ ବୁଝାମଣାକୁ ନେଇ ଚର୍ଚ୍ଚା କରିଛନ୍ତି ।

Show More

Related Articles

Back to top button