Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଛି । ସାଉଦି ଆରବରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ପାଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧିପାଇଛି । ବ୍ରେଣ୍ଟ କ୍ରୁଡ ବ୍ୟାରେଲ ପିଛା 91 ଡଲାରରେ ପହଞ୍ଚିଥିବା ବେଳେ ଡବ୍ଲୁଟିଆଇ କ୍ରୁଡ ବ୍ୟାରେଲ ପିଛା 88 ଡଲାରରେ ପହଞ୍ଚିଛି । ତେବେ ତୈଳ ଓ ଗ୍ୟାସ ବିତରଣ କମ୍ପାନୀ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଇଣ୍ଡିଆନ ଅଏଲର ୱେବସାଇଟ ମୁତାବକ ଗୁରୁବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 96.72 ଥିବା ବେଳେ ଡିଜେଲ ଲିଟର ପିଛା 89.62 ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା 106.31 ଟଙ୍କା ଥିବା ବେଳେ ଡିଜେଲ ଦର ଲିଟର ପିଛା ରହିଛି 94.27ଟଙ୍କା । କୋଲକାତାରେ ପେଟ୍ରୋଲ ମୂଲ୍ୟ 106.03 ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା 92.76 ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 102.63 ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା 94.24 ଟଙ୍କା ରହିଛି ।

Show More

Related Articles

Back to top button