
ଭ୍ୟାକ୍ସିନ୍ର ଅଭାବକୁ ଦୃଷ୍ଟିରେ ରଖି ଟିକାକରଣ ବନ୍ଦ ରହିଛି ।ଖବର ଅନୁଯାୟୀ, ଆଜି ରାଜ୍ୟର ୧୦ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। କୋଭିସିଲ୍ଡର ଅଭାବକୁ ଦେଖି ଏହି ୧୦ ଜିଲ୍ଲାରେ ଆଜି ଭାକ୍ସିନେସନ ହେବ ନାହିଁ। ଏସବୁ ଜିଲ୍ଲା ହେଲା ଅନୁଗୁଳ, ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଖୋର୍ଦ୍ଧା , କୋରାପୁଟ, ମାଲକାନଗିରି, ନୟାଗଡ଼, ରାୟଗଡ଼ା ଏବଂ ସୁବର୍ଣ୍ଣପୁର।
ଏବେ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋଭିସିଲ୍ଡ ର ୩୩ ହଜାର ୯୩୦ ଟିକା ଉପଲବ୍ଧ ଥିବା ବେଳେ, ଓଡ଼ିଶା କୋଟାରୁ ୩ ଲକ୍ଷ ୪୩୦ ଟିକା ଅଛି। ସେହିପରି କୋଭାକ୍ସିନ କେନ୍ଦ୍ର କୋଟାରେ ୩ ଲକ୍ଷ ୬୦ ହଜାର ଟିକା ଥିବା ବେଳେ , ଓଡ଼ିଶା କୋଟାରୁ ୭୦ ହଜାର ୨୫୦ ଟିକା ଅଛି।