Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଥମୁନି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟା ମଧ୍ୟରେ ୩୮୯୦ ଜଣଙ୍କର ଜୀବନନେଲା ମହାମାରୀ କରୋନା

ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୯୦ ଜଣଙ୍କ ମୃତ୍ୟୁ ଘଟିଛି ।

ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୦୭କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୨୬ ହଜାର ୯୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ୭୩ ହଜାର ୮୦୨ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୪ ଲକ୍ଷ ୩୨ ହଜାର ୮୯୮ରେ ପହଞ୍ଚିଛି । ୧୮ କୋଟି ୪ ଲକ୍ଷ ୫୭ ହଜାର ୫୭୯ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Show More

Related Articles

Back to top button