Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଆଜିର ଖବର

ଆଜିର ମୁଖ୍ୟ ଖବର

୧-ସରିଲା ପୌର ଭୋଟ୍, ପ୍ରାୟ ୮ ବର୍ଷ ପରେ ସହରବାସୀ ଦେଇଛନ୍ତି ରାୟ । ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ଲାଗି ସିଧାସଳଖ ଭୋଟ୍ ହୋଇଥିବାରୁ ଭୋଟର ମାନେ ଏଥର ଦୁଇଟି ଲେଖାଏଁ ଭୋଟ୍ ଦେଇଛନ୍ତି ।

୨-ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚାଲି ଚାଲି ମତଦାନ କେନ୍ଦ୍ରକୁ ଗଲେ ମୁଖ୍ୟମନ୍ତ୍ରୀ । ମତଦାନ କେନ୍ଦ୍ରର ବୁଥ୍‌ ନମ୍ବର ୫୪୪ରେ ମୁଖ୍ୟମନ୍ତ୍ରୀ ଭୋଟ୍‌ ଦେଲେ ।

୩-ପରୀକ୍ଷା ପେ ଚର୍ଚ୍ଚା’ ର ପଞ୍ଚମ ସଂସ୍କରଣ । ଏଥର ପ୍ରଧାନମନ୍ତ୍ରୀ ସିଧା ସଳଖ ଭାବେ ଦେଶର ଛାତ୍ର ଛାତ୍ରୀ, ଅବିଭାବକ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ ।

୪-ଘୁଞ୍ଚିଲା ଯୁକ୍ତ ୩ ପଞ୍ଚମ ସେମିଷ୍ଟର ପରୀକ୍ଷା, ୨୫ ତାରିଖରେ ହେବାକୁ ଥିବା ପରୀକ୍ଷା ଏପ୍ରିଲ ୫ ତାରିଖରେ ହେବ ।

୫-ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଯୋଗୀ ଆଦିତ୍ୟନାଥ ଆଜି ପୁଣିି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

୬-କୋଭିଡ ଚିକିତ୍ସାଧୀନ ରୋଗୀ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୧ ନମ୍ବର ।

୭-ଆଜିଠୁ ଆରମ୍ଭ ହେବ ବିଧାନସଭା ଅଧିବେସନ ।ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ ।

୮-ୟୁକ୍ରେନ୍‍ ଯୁଦ୍ଧ ଏବଂ ବୃହତ୍‍ ଅର୍ଥନୈତିକ ନୀତିସମୂହରେ ପରିବର୍ତ୍ତନ କାରଣରୁ ୨୦୨୨ରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ୨.୬%କୁ ହ୍ରାସପାଇବ ବୋଲି ୟୁଏନ୍‍ କନ୍‍ଫରେନ୍ସ ଅନ୍‍ ଟ୍ରେଡ ଆଣ୍ଡ ଡେଭଲପମେଣ୍ଟ (ଅଙ୍କ୍‍ଟାଡ) ପକ୍ଷରୁ ଆସିଲା ସୂଚନା ।

୯-ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଲିଟର ପ୍ରତି ୧୫ ଟଙ୍କା ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର; ଅଟା ହେବ ଆକାଶ ଛୁଆଁ ।

୧୦-ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେର୍କଡ ଭାଙ୍ଗି ୨୦୦ କୋଟି କ୍ଲବ୍‌ରେ ହେଲା ସାମିଲ ।

୧୧-ରିଲିଜ ପୂର୍ବରୁ RRRର ଆୟ ନିଜର ଥିଏଟ୍ରିକାଲ ରାଇର୍ଟସ ପାଇଁ ପ୍ରାୟ ୪୭୦ କୋଟି ଟଙ୍କାରେ ପହଂଚିଲାଣି । ଏହାସହ ପ୍ରି-ରିଲିଜ ବିଜନେସ ରେସରେ ଭାରତରେ ପ୍ରଥମ ସ୍ଥାନ କଲା ହାସଲ ।

୧୨-୨୦୨୪ ସୁଦ୍ଧା ବିଶ୍ୱର ପ୍ରଥମ ଟ୍ରିଲିୟନେର ହେବାକୁ ଯାଉଛନ୍ତି ଏଲନ ମସ୍କ । ମାନ ତାଙ୍କ ମୋଟ ସଂପତ୍ତିର ପରିମାଣ ୨୬୭.୩ ବିଲିୟନ ଡଲାର ଥିବାବେଳେ ୨୦୨୪ ବେଳକୁ ତାହା ୧ ଟ୍ରିଲିୟନ ( ୧ ଲକ୍ଷ କୋଟି) ଡଲାର ଅତିକ୍ରମ କରିଯିବ ।

୧୩-ଆସନ୍ତା ୨୮ ଓ ୨୯ ତାରିଖରେ ଭାରତବନ୍ଦ ଡ଼ାକରା ଦେଲା କେନ୍ଦ୍ରୀୟ ଟ୍ରେଡ ୟୁନିୟନ; ସେପଟେ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ ।

୧୪-ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଗତକାଲି ନାଟୋ ସମ୍ମିଳନୀକୁ ସମ୍ବୋଧନ କରି ଅସୀମିତ ସାମରିକ ସହାୟତା ପାଇଁ କଲେ ନିବେଦନ ।

୧୫-ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ୍ ୟି ଭାରତ ଗସ୍ତରେ ଆସି ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ସେ ଆଜି ବିଦେଶ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍‌ଙ୍କୁ ଭେଟିପାରନ୍ତି ।

୧୬-ସୋଲୋମନ ଦ୍ୱୀପରେ ସୈନ୍ୟ ମୁତୟନ କରିବ ଚୀନ, ଚୂଡାନ୍ତ ପର୍ଯ୍ୟାୟରେ ବୁଝାମଣା, ସେପଟେ ବଢିଲା ଅଷ୍ଟ୍ରେଲିଆର ଚିନ୍ତା ।

୧୭-ଆର୍ଥିକ ସଂକଟର ସାମ୍ନା କରୁଥିବା ପଡୋଶୀ ଶ୍ରୀଲଙ୍କାକୁ ୪୦,୦୦୦ ଟନ ଇନ୍ଧନ ପଠାଇବ ଭାରତ ।

୧୮-ଆଇସିସି ମହିଳା ବିଶ୍ୱକପ୍: ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ଭାରତ ପାଇଁ କର ବା ମର ପରିସ୍ଥିତି । ମ୍ୟାଚ୍‌ରେ ଭାରତ ମୋଟ ୬ଟି ମ୍ୟାଚ୍‌ରୁ ୩ଟିରେ ଜିତିଥିବା ବେଳ ଦଳର ସ୍କୋର ୬ ରହିଛି।

୧୯-ଆଉ ଧୋନୀଙ୍କ ନେତୃତ୍ୱରେ ଖେଳିବନି ଚେନ୍ନାଇ: ଶେଷ ହେଲା ମାହିଙ୍କ ଅଧିନାୟକତ୍ୱ ଯୁଗ । ଏଥର ରବୀନ୍ଦ୍ର ଜାଡ଼େଜା ଏହି ଗୁରୁଦାୟିତ୍ୱ ସମ୍ଭାଳିବେ । ନିଜେ ଧୋନୀ ଅଧିନାୟକ ଦାୟିତ୍ୱ ଜାଡ଼େଜାଙ୍କୁ ହସ୍ତାନ୍ତର କରିଛନ୍ତି ।

୨୦-ସ୍ଥାନୀୟ କିଟ୍‌ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଜାତୀୟ ଓ ଅନ୍ତଃରାଜ୍ୟ (ଯୁବ, କନିଷ୍ଠ, ବରିଷ୍ଠ) ଭାରୋତ୍ତୋଳନ ପ୍ରତିଯୋଗିତାରେ ଗତକାଲି ଓଡ଼ିଶାକୁ ୩ ପଦକ ମିଳିଲା।

ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।।

 

Show More

Related Articles

Back to top button