ଓଡ଼ିଶାଦୁର୍ଘଟଣା

ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ

କୋଣାର୍କ : କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ତାଳସୁଆଁ ଗାଁ ବାରିକ ସାହିରେ ଗୁରୁବାର ବିଳମ୍ଵିତ ରାତିରେ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ୮ ବଖରା ଘର ଏବଂ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।

ସୂଚନାନୁଯାୟୀ, କୁରୁଜଙ୍ଗ ପଞ୍ଚାୟତ ତାଳସୁଆଁ ଗାଁ ବାରିକ ସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପ୍ରଥମେ ବାବୁଲି ବାରିକଙ୍କ ଘରେ ନିଆଁ ଲାଗିଥିଲା । ପରେ ଏହା ପ୍ରଶାନ୍ତ ବାରିକ ଓ ମନୋଜ ବାରିକଙ୍କ ଘରକୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି, ଅସବାପତ୍ର, ଟଙ୍କା, ସୁନା ଗହଣା ଜଳିପୋଡି ପାଉଁଶ ହୋଇଯାଇଛି। ଖବର ପାଇ ନିକଟସ୍ଥ ଚମ୍ପାହର ଅଗ୍ନିଶମ ବାହିନୀ ଆସିଥିଲେ ମଧ୍ୟ ଗାଁକୁ ଗମନାଗମନ କରିବାକୁ ରାସ୍ତା ନଥିବାରୁ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା।

Show More

Related Articles

Back to top button