ଆଜି ବିଶ୍ୱ ଯକ୍ଷ୍ମା ଦିବସ
ଯକ୍ଷ୍ମା ଦିବସ ଅବସରରେ ଏହାର ସଂପୂର୍ଣ୍ଣ ବିଲୋପ ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦାୟିତ୍ୱବାନ ହୁଅନ୍ତୁ

ବିଶ୍ୱ ଯକ୍ଷ୍ମା ଦିବସ ପ୍ରତିବର୍ଷ ୨୪ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ । ଏହି ଦିବ,ର ମୂଳଲକ୍ଷ୍ୟ ହେଲା ସମଗ୍ର ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିହା ସହ ଲୋକମାନଙ୍କୁ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନ କରାଇବା । ୨୦୧୮ ରେ ୧୦ ନିୟୁତ ଲୋକ ଯକ୍ଷ୍ମା ରୋଗରେ ପୀଡିତ ହୋଇଥିଲେ ଏବଂ ୧.୫ ନିୟୁତ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିଥିଲେ ।
ଯକ୍ଷ୍ମା ଏକ ସଂକ୍ରମିତ ରୋଗ ଅଟେ । ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକଲୋସିସ୍ ବ୍ୟାକ୍ଟେରିଆ ନାମକ ଏକ ଜୀବାଣୁ ଯୋଗୁଁ ଏହି ରୋଗ ହୁଏ । ସେଥିପାଇଁ ଇଂରାଜୀରେ ଏହାକୁ ଟି.ବି କୁହାଯାଏ । ଏହି ରୋଗ ବାୟୁ ମାଧ୍ୟମରେ ବ୍ୟାପିଥାଏ। କେହି କେହି ଏହାକୁ କ୍ଷୟ ରୋଗ କହିଥାନ୍ତି । ରୋଗୀଙ୍କ ସମ୍ପର୍କରେ ସୁସ୍ଥ ଲୋକଟିଏ ଆସିଲେ ମଧ୍ୟ ଏହି ରୋଗ ବ୍ୟାପିବାର ସମ୍ଭାବନା ଥାଏ । ପ୍ରଥମତଃ ଏହି ରୋଗ ମୁଖ୍ୟତଃ ରୋଗୀର ଫୁସଫୁସକୁ ଆକ୍ରାନ୍ତ କରେ । ଯକ୍ଷ୍ମା ରୋଗରେ ଦୀର୍ଘଦିନ ଧରି କାଶ ଓ ଜ୍ୱର ଲାଗି ରହିବା , ଦେହରୁ ଝାଳ ବୋହିବା , ଓଜନ ହ୍ରାସ ପାଇବା , ଭୋକ ନହେବା ଏବଂ ଛାତିରେ ଯନ୍ତ୍ରଣା ହେବା ପରି ଲକ୍ଷଣ ପରିଲକ୍ଷିତ ହୋଇଥାଏ । ଏହି ରୋଗରେ ବର୍ଷ ବର୍ଷ ଧରି ରୋଗୀକୁ ଔଷଧ ସେବନ କରିବାକୁ ପଡିଥାଏ ।
ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ୨୦୨୦ ରେ ଯକ୍ଷ୍ମା ମୃତ୍ୟୁ ବୃଦ୍ଧି ପାଇଲା। ବିଶ୍ୱ ଯକ୍ଷ୍ମା ଦିବସ ୨୦୨୨ର ବିଷୟବସ୍ତୁ – ‘ଯକ୍ଷ୍ମାକୁ ଶେଷ କରିବା ପାଇଁ ନିବେଶ କରନ୍ତୁ, ଜୀବନ ବଞ୍ଚାନ୍ତୁ।’ ଏହି ଯକ୍ଷ୍ମା ଦିବସ ଅବସରରେ ଏହାର ସଂପୂର୍ଣ୍ଣ ବିଲୋପ ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦାୟିତ୍ୱବାନ ହୁଅନ୍ତୁ ।