‘ଆଇ ଆମ୍ ଆଣ୍ଡ୍ ଆଇ ୱିଲ୍’ ଥିମ୍ ନେଇ ଚଳିତ ବର୍ଷ ସାରା ବିଶ୍ୱ ପାଳୁଛି ବିଶ୍ୱ କର୍କଟ ଦିବସ
ଜାତିସଂଘ ଦ୍ୱାରା ପ୍ରତ୍ୟେକ ବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଏ । ୟୁନିୟନ୍ ଫର୍ ଇଣ୍ଟରନ୍ୟାସ୍ନାଲ୍ କ୍ୟାନସର କଣ୍ଟ୍ରୋଲ୍ (ୟୁଆଇସିଆଇ) ର ପ୍ରଚେଷ୍ଟାରେ ଏହି ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ କର୍କଟ ରୋଗ ଏବଂ ଏତଦ୍ଜନିତ ମୃତ୍ୟୁହାରକୁ କମ୍ କରିବା ।
ଜାତିସଂଘ ଦ୍ୱାରା ପ୍ରତ୍ୟେକ ବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଏ । ୟୁନିୟନ୍ ଫର୍ ଇଣ୍ଟରନ୍ୟାସ୍ନାଲ୍ କ୍ୟାନସର କଣ୍ଟ୍ରୋଲ୍ (ୟୁଆଇସିଆଇ) ର ପ୍ରଚେଷ୍ଟାରେ ଏହି ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ କର୍କଟ ରୋଗ ଏବଂ ଏତଦ୍ଜନିତ ମୃତ୍ୟୁହାରକୁ କମ୍ କରିବା ।
ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୁଲ୍ ସୂଚନା ଏବଂ ଅନ୍ଧବିଶ୍ୱାସକୁ ଦୂର କରିବା ସହ ସଚେତନତା ସୃଷ୍ଟି କରିବା । କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ବିଶ୍ୱ କ୍ୟାନ୍ସର ଦିବସ ଅବସରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥାଏ ।
ଦୀର୍ଘ ୩ ବର୍ଷ ଧରି ବିଶ୍ୱ କର୍କ ଦିବସର ଥିମ୍ ‘ଆମେ କରିପାରିବୁ, ମୁଁ କରିପାରିବି’ (ଉଇ କ୍ୟାନ୍, ଆଇ କ୍ୟାନ୍) ରହିଥିବା ବେଳେ ୨୦୧୯-୨୦୨୧ ପାଇଁ ଥିମ୍ ରହିଛି ‘ଆଇ ଆମ୍ ଆଣ୍ଡ ଆଇ ୱିଲ୍’ ଅର୍ଥାତ୍ (ମୁଁ ଏବଂ ମୁଁ କରିପାରିବି) । କ୍ୟାନ୍ସରକୁ ନେଇ ନକାରାତ୍ମକ ମନୋଭାବ ଏବଂ ଏହି ରୋଗର ନିରାକରଣ ହୋଇପାରିବ ନାହିଁ ବୋଲି ଯେଉଁ ମନୋଭାବ ରହିଛି ତାକୁ ଦୂର କରିବା ହିଁ ଏହି ପ୍ରସଙ୍ଗର ମୁଖ୍ୟ ଉଦ୍ଦେଶ୍ୟ । ଏହା ବଦଳରେ ଆମେ କିପରି ନିଜକୁ ଅଧିକ ଶକ୍ତିଶାଳୀ କରିପାରିବା ସେ ନେଇ ଜୋର ଦିଆଯାଇଛି । ବିଶ୍ୱବ୍ୟାପୀ ଆନ୍ତର୍ଜାତୀକ କ୍ୟାନ୍ସର କମ୍ୟୁନିଟି, ବିଭିନ୍ନ ସରକାର ଓ ଜନସାଧାରଣ ଏହି ଦିବସକୁ ପାଳନ କରିଥାନ୍ତି । ପ୍ରତ୍ୟେକ ବର୍ଷ ୧୦୦ଟି ବିଭିନ୍ନ ଦେଶଗୁଡ଼ିକରେ ୯୦୦ ରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ । ଅତି କମ୍ରେ ୬୦ଟି ସରକାରୀ ସଂସ୍ଥା ଔପଚାରିକ ଭାବେ ଏହି ବିଶ୍ୱ କର୍କଟ ଦିବସ ପାଳନ କରିଥାନ୍ତି ।
ଚଳିତ ବର୍ଷ ୨୦୨୧ର ଥିମ୍ ‘ଆଇ ଆମ୍ ଆଣ୍ଡ୍ ଆଇ ୱିଲ୍’ ଏକାଠି ଆମ ସମସ୍ତଙ୍କ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ରଖିବା ପ୍ରସଙ୍ଗ ଉପରେ ଜୋର ଦିଆଯାଇଛି । ଏହି ବର୍ଷକୁ ସହଯୋଗ ଏବଂ ଏକତ୍ର କାର୍ଯ୍ୟ କରିବାର ବର୍ଷ ଭାବେ ପାଳନ କରାଯାଉଛି । ଯଦି ଆମେ ଏକାଠି କାମ କରୁ ତେବେ ଆମେ ସୁସ୍ଥ ଏବଂ ଉଜ୍ୱଳ ବିଶ୍ୱ ଦେଖି ପାରିବା ଯାହାକି ଏକ କ୍ୟାନ୍ସର ମୁକ୍ତ ବିଶ୍ୱ ହୋଇପାରିବ ।
ବର୍ତ୍ତର୍ମାନ କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱ କବଳିତ ହୋଇଥିବା ବେଳେ କର୍କଟ ରୋଗ ମୃତ୍ୟୁର ଏକ ବଡ କାରଣ ପାଲଟିଛି । ସ୍ୱାସ୍ଥ୍ୟସେବା ପ୍ରତି ଏହା ଏକ ବଡ ବିପଦ ପାଲଟିଛି । ପ୍ର୍ରତ୍ୟେକ ବର୍ଷ ୧୦ ଲକ୍ଷ ଲୋକ ଭାରତରେ କ୍ୟାନ୍ସରରେ ଆକ୍ରାନ୍ତ ହେଉଥିବା ବେଳେ ୬ ଲକ୍ଷ ବ୍ୟକ୍ତି ମୃତ୍ୟୁ ବରଣ କରୁଛନ୍ତି ଯଦିଓ ପ୍ରଗତିଶୀଳ ଦେଶ ଅପେକ୍ଷା ଭାରତରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା କମ୍ । ବିଗତ କିଛି ଦଶନ୍ଧି ମଧ୍ୟରେ ଏହା ଦ୍ରୁତ ଭାବେ ବଢ଼ି ଚାଲିଛି । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଗାମୀ ୧୦-୨୦ ବର୍ଷ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯିବ ବୋଲି ଆଶଙ୍କା ରହିଛି । ଭାରତରେ ମୁଖ୍ୟତଃ ପୁରୁଷଙ୍କ କ୍ଷେତ୍ରରେ ମୁଖ କର୍କଟ, ଯକୃତ ଏବଂ ପେଟରେ କ୍ୟାନ୍ସର ହେଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ମୁଖ, ସ୍ତନ ଏବଂ ଗର୍ଭାଶୟରେ କ୍ୟାନ୍ସର ହେବାର ଦେଖିବାକୁ ମିଳୁଛି ।
ଯଦିଓ ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଉପଲବ୍ଧ ନାହିଁ ଏବଂ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗତ କିଛି ବର୍ଷରେ ଏହାର ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କ୍ୟାନ୍ସର ସଚେତନତା, ନିରାକରଣ, ଚିକିତ୍ସା ଏବଂ କ୍ୟାନ୍ସର ରୋଗୀଙ୍କୁ ସହଯୋଗ ଉପରେ ସମସ୍ତଙ୍କର ଲକ୍ଷ୍ୟ ରହିବା ଉଚିତ୍ ।