Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀ ଉପକଣ୍ଠରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟି ନ ଥିବା ବେଳେ ରାଜଧାନୀ ଉପକଣ୍ଠ ତଥା ଚନ୍ଦକା ଥାନା ଅନ୍ତର୍ଗତ ଦାସପୁର ନିକଟରେ ପୁଣି ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟି ନ ଥିବା ବେଳେ ରାଜଧାନୀ ଉପକଣ୍ଠ ତଥା ଚନ୍ଦକା ଥାନା ଅନ୍ତର୍ଗତ ଦାସପୁର ନିକଟରେ ପୁଣି ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗୁରୁବାର ସକାଳେ ଏଠାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭରତପୁର ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ମହିଳାଙ୍କ ମୃତଦେହ ନିକଟରୁ କିଛି ଦୂରରେ ଭଙ୍ଗା ମଦ ବୋତଲ ପଡ଼ିଥିବା ବେଳେ ଏହି ସ୍ଥାନକୁ କାର୍‌ ଚକା ଚିହ୍ନ ମଧ୍ୟ ପଡ଼ିଛି। ୩ଟି ଗ୍ଲୋଭ୍‌ସ ବି ପାଖରେ ପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ। ବାହାରେ କେଉଁଠି ହତ୍ୟା କରାଯାଇ ଏଠାରେ ଫିଙ୍ଗା ଯାଇଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି।

ସୂଚନାଯୋଗ୍ୟ ୪/୫ ବର୍ଷ ତଳେ ଜଣେ ମହିଳାଙ୍କୁ ବାହାରେ ହତ୍ୟା କରି ଠିକ୍‌ ଏହି ସ୍ଥାନରେ ଫିଙ୍ଗି ଚାଲିଯାଇଥିଲେ ଦୁର୍ବୃତ୍ତ।

Show More

Related Articles

Back to top button