Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ବିଶ୍ୱ ଏଡସ୍ ଦିବସ

ସାରା ବିଶ୍ୱରେ ଲୋକଙ୍କୁ ଏଡସ୍ ବିଷୟରେ ଅବଗତ ଓ ସଚେତନ କରାଇବା ପାଇଁ ପ୍ରତିବର୍ଷ 01 ଡିସେମ୍ବରରେ ସାରା ବିଶ୍ୱରେ ପାଳନ କରାଯାଏ ବିଶ୍ୱ ଏଡସ୍ ଦିବସ | ଏଡସ୍ ଏଭଳି ଏକ ରୋଗ ଯାହାର ବର୍ତ୍ତମାନ ସୁଦ୍ଧା କୌଣସି ଚିକିତ୍ସା ମିଳିପାରିନାହିଁ । ଏହାଠାରୁ ବଞ୍ଚି ରହିବା ହିଁ ହେଉଛି ଏହାର ଏକମାତ୍ର ଉପଶମ | ମାନବ ରୋଗ ପ୍ରତିରୋଧକ ଶକ୍ତି (HIV) ଜୀବାଣୁ ସଂକ୍ରମଣ ଦ୍ୱାରା ଏହି ରୋଗ ହୁଏ ।

ସାରା ବିଶ୍ୱରେ ଲୋକଙ୍କୁ ଏଡସ୍ ବିଷୟରେ ଅବଗତ ଓ ସଚେତନ କରାଇବା ପାଇଁ ପ୍ରତିବର୍ଷ 01 ଡିସେମ୍ବରରେ ସାରା ବିଶ୍ୱରେ ପାଳନ କରାଯାଏ ବିଶ୍ୱ ଏଡସ୍ ଦିବସ | ଏଡସ୍ ଏଭଳି ଏକ ରୋଗ ଯାହାର ବର୍ତ୍ତମାନ ସୁଦ୍ଧା କୌଣସି ଚିକିତ୍ସା ମିଳିପାରିନାହିଁ । ଏହାଠାରୁ ବଞ୍ଚି ରହିବା ହିଁ ହେଉଛି ଏହାର ଏକମାତ୍ର ଉପଶମ | ମାନବ ରୋଗ ପ୍ରତିରୋଧକ ଶକ୍ତି (HIV) ଜୀବାଣୁ ସଂକ୍ରମଣ ଦ୍ୱାରା ଏହି ରୋଗ ହୁଏ ।

ଏଚ୍.ଆଇ.ଭି ଏକ ଜୀବାଣୁ । ଏହି ଜୀବାଣୁ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ଆକ୍ରମଣ କରି ଟି କୋଷିକାକୁ ମାରିଦିଏ । ଏହି କାରଣରୁ, ଜଣେ ବ୍ୟକ୍ତିଙ୍କ ଶରୀର ସାଧାରଣ ରୋଗ ବିରୁଦ୍ଧରେ ମଧ୍ୟ ଲଢିବାକୁ ସକ୍ଷମ ହୁଏ ନାହିଁ | ଠିକ୍ ସମୟରେ ଏଚ୍.ଆଇ.ଭି ସଂକ୍ରମଣର ଚିତ୍କିସା କରାନଗଲେ ଏହାର ସଂକ୍ରମଣକୁ ବଢାଇଥାଏ ଏବଂ ଏଡସ୍ ର କାରଣ ହୋଇଯାଏ |

ଏଚ୍.ଆଇ.ଭି ଏବଂ ଏଡସ୍ ମଧ୍ୟରେ ପାର୍ଥକ୍ୟ କ’ଣ ?

ଏଚ୍.ଆଇ.ଭି ଏକ ଜୀବାଣୁ। ଏହା ସିଧାସଳଖ ପ୍ରତିରକ୍ଷା ପ୍ରଣାଳୀର ଟି କୋଷ ଉପରେ ଆକ୍ରମଣ କରୁଥିବାବେଳେ ଏଡସ୍ ( ଆକ୍ୱାଇର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ) ଏକ ମେଡିକାଲ ସିଣ୍ଡ୍ରୋମ ଅଟେ | ଏଚ.ଆଇ.ଭି ସଂକ୍ରମଣ ପରେ ସିଣ୍ଡ୍ରୋମ ସୃଷ୍ଟି ହୁଏ। ଏଚ୍.ଆଇ.ଭି ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବିସ୍ତାର ହୋଇପାରେ, କିନ୍ତୁ ଏଡସ୍ ବିସ୍ତାର ହୁଏ ନାହିଁ ।

ଏହିପରି ଏଚ୍.ଆଇ.ଭି ବିସ୍ତାର ହୋଇପାରେ –

ଅନେକ ଉପାୟରେ ଏଚ୍.ଆଇ.ଭି ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବିସ୍ତାର ହୋଇପାରେ । ସଂକ୍ରମିତ ରକ୍ତ ନେବା, ସଂକ୍ରମିତ ଛୁଞ୍ଚିର ବ୍ୟବହାର ଏବଂ ଅସୁରକ୍ଷିତ ଉପାୟରେ ଯୌନ ସମ୍ପର୍କ ଦ୍ୱାରା ଏହା ହୋଇପାରେ | ଏହାବ୍ୟତୀତ, ଏହି ସଂକ୍ରମଣ ଗର୍ଭବତୀ ମହିଳାଙ୍କ ସହିତ ଏବଂ ତାଙ୍କ ଶିଶୁ ଏବଂ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇ ମଧ୍ୟ ହୋଇପାରେ |

ଏଚ.ଆଇ.ଭି. ଠାରୁ ବର୍ତ୍ତିବାର ଉପାୟ –

ଏଚ.ଆଇ.ଭି.କୁ ଏଡ଼ାଇବା ପାଇଁ ସଚେତନତା ଗୁରୁତ୍ୱପୂର୍ଣ୍ଣ | ସର୍ବଦା ଇଞ୍ଜେକ୍ସନ ନେବାବେଳେ ନୂତନ ସିରିଞ୍ଜ ବ୍ୟବହାର କରନ୍ତୁ, ସୁରକ୍ଷିତ ଭାବେ ଯୌନ ସମ୍ପର୍କ ରଖନ୍ତୁ | ରକ୍ତଦାନ ପୂର୍ବରୁ ରକ୍ତ ସଂକ୍ରମଣ ଯାଞ୍ଚ କରନ୍ତୁ | ଆହୁରି ମଧ୍ୟ, ସବୁବେଳେ ସେଭ୍ ହେବାବେଳେ ନୂତନ ବ୍ଲେଡ୍ ବ୍ୟବହାର କରନ୍ତୁ |

ଏଚ୍.ଆଇ.ଭି ବିଷୟରେ ଥିବା କେତେକ ଦ୍ୱନ୍ଦ –

ଏଚ୍‌ଆଇଭି ବିସ୍ତାର ବିଷୟରେ ଲୋକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି । ମଶା କାମୁଡ଼ିବା, ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତିଙ୍କ ସହ ହାତ ମିଳାଇବା, ଖାଦ୍ୟ ଖାଇବା, କଥା ହେବା ଏବଂ ଅନେକ ଲୋକଙ୍କ ପାଇଁ ଥିବା ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଏଚ୍.ଆଇ.ଭି ବିସ୍ତାର କରେ ନାହିଁ ।

1988 ମସିହାରୁ ପ୍ରତିବର୍ଷ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଉଛି –

1987 ରେ ବିଶ୍ୱ ଏଡସ୍ ଦିବସ ପାଳନ କରିବା ନେଇ ଥୋମାସ୍ ନେଟର ଏବଂ ଜେମ୍ସ ଡବ୍ଲୁଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିଲା, ଯେଉଁମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏଡସ୍ ଗ୍ଲୋବାଲ୍ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହା ପରବର୍ଷ, ଅର୍ଥାତ୍ 1988 ମସିହାରେ, 1 ଡିସେମ୍ବର ବିଶ୍ୱ ଏଡସ୍ ଦିବସ ଭାବରେ ପାଳନ କରିବାକୁ ଲାଗିଲା | ଏହା ସହିତ ପ୍ରତିବର୍ଷ ‘ଏଡସ୍ ଦିବସ’ର ଥିମ୍ ରଖାଯାଏ | 2020 ର ‘ଏଡସ୍ ଦିବସ’ର ବିଷୟବସ୍ତୁ ହେଉଛି’ ଏଚଆଇଭି / ଏଡସ୍ ମହାମାରୀ ସମାପ୍ତ: ସ୍ଥିରତା ଏବଂ ପ୍ରଭାବ ‘ ରଖାଯାଇଛି ।

Show More

Related Articles

Back to top button