Breaking PLUSଖେଳମୁଖ୍ୟ ଖବର

ଟି-୨୦ ସିରିଜର ଆଜି ଅନ୍ତିମ ମ୍ୟାଚ

ଆଜି ଟି-୨୦ ସିରିଜର ଅନ୍ତିମ ମ୍ୟାଚ । ଭାରତ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ୩ୟ ତଥା ଅନ୍ତିମ ମ୍ୟାଚ ଖେଳିବ । ପୂର୍ବରୁ ଭାରତୀୟ ଦଳ ଚଳିତ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଥିବା ବେଳେ ଶେଷ ମ୍ୟାଚକୁ ଜିତିବାକୁ ଉଦ୍ୟମ କରିବ । ଅପରପକ୍ଷେ ନ୍ୟୁଜିଲାଣ୍ଡ ଆତ୍ମସମ୍ମାନ ପାଇଁ ଶେଷ ମୁକାବିଲାକୁ ହାତେଇବାକୁ ଚାହିଁବ । ରାତି ୭ଟାରେ ଏହି ମ୍ୟାଚ କୋଲକାତାର ଇର୍ଡେନ ଗାର୍ଡେନରେ ଖେଳାଯିବ ।

ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ୭ ୱିକେଟ୍‌ରେ ପରାସ୍ତ କରିଥିଲା । ତେଣୁ ଅଧିନାୟକ ରୋହିତ ଶର୍ମାଙ୍କ ଦଳର ମନୋବଳ ବଢ଼ିଯାଇଛି ।

ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ୍, ସୂର୍ୟ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ହର୍ଷଲ ପଟେଲ ।

ନ୍ୟୁଜିଲାଣ୍ଡ: ଟିମ୍ ସାଉଦୀ (ଅଧିନାୟକ), ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟଡ୍ ଆସ୍‌ଲେ, ମାର୍କ ଚାପମ୍ୟାନ୍, ଲୋକି ଫର୍ଗୁସନ୍, ଆଦାମ ମିଲନେ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର, ଈଶ୍ ସୋଢି ।

Show More

Related Articles

Back to top button