Breaking PLUSଦେଶପାଣିପାଗମୁଖ୍ୟ ଖବର

ଦକ୍ଷିଣ ଭାରତରେ ଭୟଙ୍କର ବର୍ଷା

୨୪ ମୃତ, ଶହେରୁ ଅଧିକ ନିଖୋଜ

 ଲଘୁଚାପ ପ୍ରଭାବରେ ଦକ୍ଷିଣ ଭାରତରେ ଭୟଙ୍କର ବର୍ଷା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏଯାଏଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ନିଖୋଜ ଅଛନ୍ତି । ଲଗାଣ ବର୍ଷା ଜାରି ରହିବା କାରଣରୁ ୧୩ଟି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ରାସ୍ତାଘାଟ, ଘରଦ୍ୱାର, ବ୍ରିଜ୍, ସବୁ ପାଣିରେ ବୁଡି ରହିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ଅନେକ ଅଞ୍ଚଳ । ଅଧିକାଂଶ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

୩ ଦିନର ଲଗାଣ ବର୍ଷା ପରେ ଚିତ୍ତୁର, କଡପା, କୁର୍ଣ୍ଣୁଲ ଓ ଅନନ୍ତପୁରରେ ସ୍ଥିତି ସଙ୍ଗୀନ ।  ବର୍ଷା ବିତ୍ପାତ ଭିତରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନ୍‌ଡିଆରଏଫ୍‌ ର ୭ଟି ଟିମ୍ । ରେସ୍‌କ୍ୟୁ ଅପରେସନ୍‌ରେ ବାୟୁସେନାର MI-17 ହେଲିକପ୍ଟର ବି ସାମିଲ ହୋଇଛି ।

ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡି ଗତକାଲି ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ପାଣି ଘେରରେ ଥିବା ଲୋକଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବାକୁ କହିଛନ୍ତି । ତିରୁପତି ମନ୍ଦିର ଭିତରେ ପାଣି ପଶିଥିବା ବେଳେ ସେଠାରେ ଫସିରହିଥିବା ପର୍ଯ୍ୟଟକଙ୍କ ପାଇଁ ମାଗଣା ରହିବା ଏବଂ ଖାଦ୍ୟ ବ୍ୟବସ୍ଥା କରିବାକୁ ମନ୍ଦିର ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କର୍ଣ୍ଣାଟକରେ ବି ବେହାଲ ସ୍ଥିତି ଜିଲ୍ଲାର ଟୁମକୁର୍ ନଦୀ ପୋଲ ଉପରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଉଛୁଳା ପାଣିରେ ବାଇକ୍ ସହ ଯାତ୍ରୀ ଭାସିଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି  । ଏହାରି ଭିତରେ ରାଜ୍ୟର ୧୮ଟି ଜିଲ୍ଲାକୁ ୨୩ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Show More

Related Articles

Back to top button