ଓଡ଼ିଶାଦେଶପୂଜା ପାର୍ବଣଭକ୍ତି

ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ

ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଦଶହରା ବା ଦଶବିଧ ପାପହରଣ ଦିବସ । କଟକ ଏବଂ ଭୂବନେଶ୍ୱର ସମେତ ଅନେକ ସ୍ଥାନରେ ପୂଜା ପାଉଛନ୍ତି ମା । ଭିନ୍ନ ପୂଜା ମଣ୍ଡପରେ ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି ।

ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭିନ୍ନ ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ “ନବରାତ୍ରି” ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ,ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ ।

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।

ତେବେ ବିଜୟା ଦଶମୀ ଉପଲକ୍ଷେ ଆଜି ମାଆଙ୍କ ନିକଟରେ ସିନ୍ଦୂର ଖେଳ ହୁଏ । ମହିଳାମାନେ ସିନ୍ଦୁର ଲଗାଇ ମାଆଙ୍କୁ ବିଦାୟ ଦେଇଥାନ୍ତି । ବିଶ୍ବାସ ରହିଛି ସିନ୍ଦୂର ଲଗାଇ ମାଆଙ୍କ ଆଶିଷ ଭିକ୍ଷା କଲେ ଜଣେ ନାରୀ ସଦାସର୍ବଦା ସଧବା ରହିଥାଏ । ସେପଟେ ଆଜି ଅନେକ ସ୍ଥାନରେ ରାବଣପୋଡି ଉତ୍ସବ ପାଳନ ହେବ । ଅ ସତ୍ୟ ଉପରେ ସତ୍ୟର ଜୟ , ଅଧର୍ମ ଉପରେ ଧର୍ମର ଜୟ ସ୍ବରୁପ ରାବଣପୋଡି ପାଳନ କରାଯାଏ ।

Show More

Related Articles

Back to top button