Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଆଜି ବିଜେଡି ପ୍ରତିଷ୍ଠା ଦିବସ

ଦଳ ପକ୍ଷରୁ ବ୍ୟାପକ ଆୟୋଜନ, ଭର୍ଚୁଆଲରେ ରହିବେ ବିଜେଡି ସୁପ୍ରିମୋ

ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ପ୍ରତିଷ୍ଠା ଦିବସକୁ ବ୍ୟାପକ ଆକାରରେ ପାଳନ କରିବାକୁ ଦଳ କରିଛି ଗ୍ରାଣ୍ଡ ଆୟୋଜନ । ପ୍ରତି ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟରେ ବିଜେଡି କର୍ମୀଙ୍କୁ ଏକାଠି କରି ବଡ ସଭା ଆୟୋଜନ କରିବାକୁ ଦଳ ଦେଇଛି ନିର୍ଦ୍ଦେଶ । ସବୁ ସ୍ଥାନରେ ବିଧାୟକ, ସାଂସଦ ଓ ଅନ୍ୟ ଛାମୁଆ ନେତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ଭର୍ଚୁଆଲରେ ଉପସ୍ଥିତ ରହିବେ ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ଦିନ ନେତା କର୍ମୀଙ୍କ ଗହଣରେ ପ୍ରତିଷ୍ଠା ଦିବସ ପାଳିବାକୁ ଦଳ କରିଛି ଗ୍ରାଣ୍ଡ ଆୟୋଜନ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦଳର ପ୍ରତିଷ୍ଠା ଦିବସକୁ ବ୍ୟାପକ ଆକାରରେ ପାଳନ କରିବା ସହ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଭରପୁର ଉଦ୍ୟମ କରିଛି ବିଜେଡି । ଏହି ଅବସରରେ କିଭଳି ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ଗତ କିଛି ଦିନ ଭିତରେ ବିଭିନ୍ନ ବର୍ଗଙ୍କ ପାଇଁ ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ସ୍କିମରେ ଲୋକେ କିଭଳି ଉପକୃତ ହେଉଛନ୍ତି ତାହା ଭୋଟରଙ୍କୁ ବୁଝାଇବାକୁ ଦଳର ନେତା ଓ କର୍ମୀଙ୍କୁ ନବୀନ ପରାମର୍ଶ ଦେବେ ବୋଲି କୁହାଯାଉଛି ।

ବିଜୁସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଏକ ପ୍ରକାର ଉଦ୍ୟମ ଆରମ୍ଭ କରିସାରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଉ ସରକାରଙ୍କ ସଫଳତା ଭୋଟରଙ୍କ ପାଖରେ ବଖାଣିବାକୁ ବିଜେଡି କର୍ମି ଓ ନେତାଙ୍କୁ ସଂଙ୍କେତ ଦିଆ ଯାଇଥିବା କୁହାଯାଉଛି ।ତେଣୁ ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ନେତା ଓ କର୍ମୀ କିଭଳି ଗାଁ ମୁହାଁ ହେବେ ସେନେଇ ନବୀନ ଦଳୀୟ କର୍ମୀଙ୍କୁ ସଂଧ୍ୟାରେ ଉଦବୋଧନ ଦେବେ । ଏଥିପାଇଁ ୩୧୪ ବ୍ଲକରେ ସ୍ବତନ୍ତ୍ର ଆୟୋଜନ କରିଛି ବିଜେଡି । ତେବେ ଏଥର ପଞ୍ଚାୟତ ନିର୍ବାଚନରେ ବିରୋଧୀ ବିଜେପି ଓ କଂଗ୍ରେସ ବିଜେଡିକୁ କଡା ଟକ୍କର ଦେବାକୁ ସଜବାଜ ହେଉଛନ୍ତି । ଗତ କିଛିଦିନ ଭିତରେ ରାଜ୍ୟ ରାଜନୀତିରେ ଘଟିଥିବା କିଛି ପ୍ରମୁଖ ଘଟଣାକୁ ମୁଦ୍ଦା କରି ବିରୋଧୀ ସେମାନଙ୍କ ସ୍ବର ଶାଣିତ କରିଛନ୍ତି । ତେଣୁ ଏହାକୁ କାଉଣ୍ଟର କରିବାକୁ ବିଜେଡି ନିଜସ୍ବ ରଣନୀତି ଆପାଣାଇବାକୁ ଯାଉଛି ।

Show More

Related Articles

Back to top button