
ଆଜି ରାଜଧାନୀ ଭୁବନେଶ୍ବରର ୭୩ତମ ପ୍ରତିଷ୍ଠା ଦିବସ । ତେବେ ଚଳିତ ଥର କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳନ ହେବ ଉତ୍ସବ । ଚଳିତ ବର୍ଷ ପରେଡକୁ ବାତିଲ କରାଯାଇଛି । ତେବେ କେବଳ ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ରାଜଧାନୀର ପ୍ରତିଷ୍ଠା ଦିବସର ପୂର୍ବ ସନ୍ଧ୍ୟାରେ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଆଲୋକିକରଣ କରାଯାଇଛି । । ରାଜଧାନୀର ରାସ୍ତାଘାଟ , ସରକାରି କାର୍ଯ୍ୟଳୟକୁ ରଙ୍ଗ ବେରଙ୍ଗ ଲାଇଟରେ ସଜେଇ ଦିଆଯଇଛି । ରାଜଧାନୀ ବାସିନ୍ଦା ମାନେ ଏହି ସୁନ୍ଦର ଆଲୋକିକରଣ ଦେଖି ସେଲ୍ପି ମଧ୍ୟ ନେଇଛନ୍ତି ।