ଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ରାଜ୍ୟରେ ପର୍ଯ୍ୟାୟକ୍ରମେ ଖୋଲିବ କୋଭିଡ ହସ୍ପିଟାଲ ଓ କୋଭିଡ ସେଣ୍ଟର

ଆବଶ୍ୟକତା ଅନୁସାରେ ୫୦ଟି ଲେଖାଏଁ ବେଡ୍ ବୃଦ୍ଧି କରାଯିବ

ଚାରିଆଡେ କରୋନା ସଂକ୍ରମଣ ବଢିଚାଲିଛି । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣ ସମୟରେ ଚାଲୁ ହୋଇଥିବା କୋଭିଡ ହସ୍ପିଟାଲ ଓ କୋଭିଡ ସେଣ୍ଟରଗୁଡ଼ିକ ପର୍ଯ୍ୟାୟ କ୍ରମେ ଚାଲୁ କରାଯିବ।ସେହିପରି ପରିସ୍ଥିତିକୁ ଦେଖି ଧିରେ ଧିରେ ଆବଶ୍ୟକତା ଅନୁସାରେ ୫୦ ଟି ଲେଖାଏଁ ବେଡ୍ ବୃଦ୍ଧି କରାଯିବ। ଏସବୁରେ ୨୦ ପ୍ରତିଶତ ଆଇସିୟୁ ବେଡ ଏବଂ ଆଇସିୟୁ ବେଡର ୫୦ ପ୍ରତିଶତ ଭେଣ୍ଟିଲେଟର ସୁବିଧା ରଖାଯିବ।

ଶହେ ବେଡ ଥିବା କୋଭିଡ ହସ୍ପିଟାଲଗୁଡ଼ିକରେ ସର୍ଜରୀ, ମାଟର୍ଣ୍ଣିଟି କେୟାର, ଡାଏଲେସିସ ଭଲି ସୁବିଧା ରଖାଯିବ। ସେହିପରି ସମସ୍ତ ଘରୋଇ ହସ୍ପିଟାରେ ୧୦ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ରଖାଯିବ। ଆବଶ୍ୟକ ଅନୁସାରେ ଏହା ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।ଏଥିସହିତ ପୂର୍ବ ଗାଇଡଲାଇନ ଅନୁସାରେ ହେଲ୍ ପ ଡେସ୍କ ରଖିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବଢୁଥିବା କରୋନା ସ୍ଥିତି ଦେଖି ସମସ୍ତ ଜିଲ୍ଲା ପାଳ ଏବଂ ମୁନିସିପାଲିିଟି କମିଶନର ଓ ମୁଖ୍ୟ ଚିକିତ୍ସାଧି କାରୀଙ୍କ ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ସଂପର୍କିତ ପତ୍ର ଲେଖିଛନ୍ତି।

Show More

Related Articles

Back to top button