ଖେଳଦେଶ ବିଦେଶ

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଟି-୨୦ ମ୍ୟାଚ୍

ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ପରେ ରବିବାର ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ମଧ୍ୟ ମ୍ୟାଚ୍‌ରେ ଭାରତର ପଲ୍ଲା ଭାରି ରହିବ। ଦଳ ଦ୍ଵିତୀୟ ଟି-୨୦ ଜିତି କଙ୍ଗାରୁଠାରୁ ଦିନିକିଆ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ

ଟେଷ୍ଟ ସିରିଜ ପୂର୍ବରୁ ଟି-୨୦ ଶୃଙ୍ଖଳା ଜିତିଲେ ଭାରତୀୟ ଦଳର ମନୋବଳ ବୃଦ୍ଧି ପାଇବ।କାନବେରାରେ ତୃତୀୟ ଦିନିକିଆ ଓ ପ୍ରଥମ ଟି-୨୦ ଜିତିବା ପରେ ଏବେ ଭାରତୀୟ ଦଳ ପୁଣି ଥରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡକୁ ଫେରିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ଦିନିକିଆ ଜିତି ସିରିଜ୍ ହାତେଇଥିଲା। ପ୍ରଥମ ଟି-୨୦ ମୁକାବିଲାରେ ଜାଡେଜାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ବିକଳ୍ପ ଭାବେ ଖେଳିଥିବା ୟୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି ୩ ଓ୍ଵିକେଟ୍ ନେଇ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଭାରତକୁ ନିମ୍ନ ଅର୍ଡରରେ ଜାଡେଜାଙ୍କ ଅନୁପସ୍ଥିତି ଅନୁଭବ ହେବ। ତଥାପି ଦଳର ମନୋବଳ ଉର୍ଦ୍ଧ୍ଵରେ ରହିଛି। ଗତ ମ୍ୟାଚ୍‌ରେ ଜାଡେଜା ୨୩ ବଲରୁ ୪୪ ରନର ଅପରାଜିତ ଇନିଂସ ଖେଳି ଭାରତକୁ ଭଲ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ତେଣୁ କୋହଲି ଦ୍ୱିତୀୟ ଟି୨୦ରେ ଆଶା କରିବେ ଯେ, ଶୀର୍ଷ ୫ ବ୍ୟାଟସମ୍ୟାନ ଏମିତି ବ୍ୟାଟିଂ କରନ୍ତୁ ଯେ, ନିମ୍ନ କ୍ରମ ପର୍ଯ୍ୟନ୍ତ ପହଞ୍ଚିବାର ଆବଶ୍ୟକ ରହିବ ନାହିଁ।

ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଫିଟ୍ ନାହାନ୍ତି। ଅନ୍ୟପଟେ ଅଧିନାୟକ ଆରୋନ ଫିଞ୍ଚ ମଧ୍ୟ ସଂପୂର୍ଣ୍ଣ ଫିଟ୍ ନାହାନ୍ତି, ଯାହା ଅଷ୍ଟ୍ରେଲିଆ ପାଇଁ ଚିନ୍ତାର ବିଷୟ ପାଲଟିଛି। ଡାର୍ସି ସଟ୍‌ ପ୍ରଥମ ଟି-୨୦ ମ୍ୟାଚ୍‌ରେ ବ୍ୟାଟିଂ ବେଳେ ସହଜ ନଜର ଆସିନଥିଲେ। ଷ୍ଟିଭ୍ ସ୍ମିଥ୍ ଟେଷ୍ଟ ଓ ଦିନିକିଆରେ ମହାନ ବ୍ୟାଟସମ୍ୟାନ ହୋଇଥିଲେ ମଧ୍ୟ ଟି-୨୦ରେ ସେହି ପ୍ରଦର୍ଶନକୁ ଦୋହରାଇ ପାରୁନାହାନ୍ତି।

ଅଧିନାୟକ କୋହଲି ଅସାଧାରଣ ପ୍ରଦର୍ଶନ କରି ପାରି ନାହାନ୍ତି, ଯାହାର ପ୍ରଭାବ ଦଳ ଉପରେ ପଡିଛି। ତାଙ୍କଠୁ ଦଳ ଦମଦାର ଇନିଂସର ଆଶା କରୁଛି। ଦେଖିବା ବାକି ରହିଲା ଯେ, ରବିବାର ମୁକାବିଲାରେ ମନିଷ ପାଣ୍ଡେଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଉଛି ନା ନାହିଁ। ସଞ୍ଜୁ ସାମସନ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶେଷ ଓଭରରେ ଫାଇଦା ଉଠାଇବାକୁ ହେବ। ଅନ୍ୟପଟେ ଅଷ୍ଟ୍ରେଲିଆ ଅନୁଭବୀ ଟେଷ୍ଟ ବିଶେଷଜ୍ଞ ନାଥନ ଲିୟୋନଙ୍କୁ ଟି-୨୦ରେ ସାମିଲ କରିଛି।

Show More

Related Articles

Back to top button