
ଆଜି ରାଜ୍ୟର ୧୮ତମ ଜିଲ୍ଲା ଭାବେ ବୌଦ୍ଧ ଜିଲ୍ଲା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ୍ ହେବାକୁ ଯାଉଛି । ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ ଠାରେ ସନ୍ଧ୍ୟା ୫ଟା ସମୟରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀମାନଙ୍କୁ BSKY କାର୍ଡ ବଣ୍ଟନ କରିବେ। ତେବେ ବୌଦ୍ଧ ଜିଲ୍ଲାର ୧୦ଲକ୍ଷ ୮ ହଜାର ୫୫୫ ପରିବାରର ୩୭ ଲକ୍ଷ ୨ହଜାର ୩୮୭ ଜଣ ହିତାଧିକାରୀ ଏଥିରେ ଉପକୃତ ହେବେ ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହିଧର୍ ରଣା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କର ସ୍ୱାସ୍ଥ୍ୟକୁ ସୁରକ୍ଷିତ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ୨୦୨୧ ମସିହା ସେପ୍ଟେମ୍ବର ୧ ତାରିଖଠାରୁ ରାଜ୍ୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ସ୍ମାର୍ଟକାର୍ଡଧାରୀମାନଙ୍କୁ ସାମିଲ କରାଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦ କୋଟି ଟଙ୍କାର ୨୨ ଟି ପ୍ରକଳ୍ପର ଲୋକାର୍ପଣ ଓ ୪୬୩ କୋଟି ଟଙ୍କାର ୫୭ ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।