ଓଡ଼ିଶାମୁଖ୍ୟ ଖବର

୨୭ରୁ ହାଡଭଙ୍ଗା ଶୀତ

ଆସନ୍ତା ୨୭ ତାରିଖରୁ ଉପକୂଳ ଓଡ଼ିଶାରେ ଶୀତ ବଢ଼ିବ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅଢ଼େଇ ଡିଗ୍ରୀ ସେଲସିୟସ୍‌ କମିଯିବ । ସେହିଭଳି କେନ୍ଦ୍ରୀୟ ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି । ଉପକୂଳ ଓଡ଼ିଶାରେ ଆଗାମୀ ୨୭ ତାରିଖରୁ ୧ଡିଗ୍ରୀ ତାପମାତ୍ରା କମିବ । ତେବେ ୨୯ରେ ତାପମାତ୍ରା ୧ଡିଗ୍ରୀ ବଢ଼ିବ । ପରବର୍ତ୍ତୀ ଦୁଇ ଦିନ ଯାଏ ପାଗ ଅପରିବର୍ତ୍ତିତ ରହିବ ।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାରରେ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବନି। ୨୯ ଓ ୩୦ ତାରିଖରେ ଦକ୍ଷିଣ ଉପକୂଳରେ ଆଂଶିକ ମେଘୁଆ ପାଗ ରହିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।

Show More

Related Articles

Back to top button