ଓଡ଼ିଶାରାଜନୀତି

ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍

୧୨ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଆଜି ବସିବ ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବ । ବସିବାକୁ ଥିବା ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ । ଭର୍ଚୁଆଲ ମୋଡରେ ଏହି ବୈଠକ ଅନୁଷ୍ଠିତ ହେବ ।

ସଂଧ୍ୟାରେ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ଶ୍ରୀକ୍ଷେତ୍ର ପରିକ୍ରମା ଯୋଜନାକୁ ଅନୁମୋଦନ ମିଳିପାରେ। ସେହିପରି ସ୍ମାର୍ଟ ହେଲ୍ ଥ କାର୍ଡ ପ୍ରଦାନ ନିଷ୍ପତ୍ତି ଉପରେ ମଧ୍ୟ ମୋହର ଲାଗିପାରେ । ନିଯୁକ୍ତି ସର୍ତ୍ତାବଳୀ, ନଗର ଉନ୍ନୟନ ବିଭାଗର କିଛି ଏଜେଣ୍ଡା ଓ ପାନୀୟ ଜଳ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ ମିଳିବ ବୋଲି ସୂଚନା ରହିଛି । ପୂର୍ତ୍ତ ବିଭାଗର କିଛି ପ୍ରକଳ୍ପ ଉପରେ ମଧ୍ୟ ମୋହର ବାଜିବ । ସେପେଟ ଭାରତୀୟ ହକି ଦଳର ଅଲିମ୍ପିକ୍ସରେ ସଫଳତା ପରେ ରାଜ୍ୟ ସରକାର କ୍ରୀଡ଼ା ସଂପର୍କିତ ଏକ ବଡ଼ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଭର୍ଚୁଆଲ ମୋଡରେ ଏ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ ।

Show More

Related Articles

Back to top button