
ଆଜି ରାଜ୍ୟରୁ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୬,୧୭୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଏବଂ ପୁରୀରୁ ୯ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସେହିପରି କଟକରୁ ୫ ଏବଂ ସମ୍ବଲପୁରରୁ ୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର, ବଲାଙ୍ଗୀର, ଦେବଗଡ଼, ଜଗତସିଂହପୁର, ଯାଜପୁର ଏବଂ କଳାହାଣ୍ଡିରୁ ୨ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।, ବରଗଡ଼, ମୟୂରଭଞ୍ଜ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍ପୁଲ୍ ସଂଖ୍ୟା ରହିଛି ୨।