Breaking PLUSଜୀବନଚର୍ଯ୍ୟାଦେଶମୁଖ୍ୟ ଖବରଶିକ୍ଷା

ଆଜିଠାରୁ ଆରମ୍ଭ +୨ ପରୀକ୍ଷା

ଅଫ୍ ଲାଇନରେ ମୋଡରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ ପରୀକ୍ଷା ଆଜିଠୁ ଆରମ୍ଭ । ଆଜିଠୁ ମେ ୩୧ ତାରିଖ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ । ଦୁଇବର୍ଷ ପରେ ଛାତ୍ରଛାତ୍ରୀ ଅଫ୍ ଲାଇନରେ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରରେ ସୁରକ୍ଷିତ ରଖିବା ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସାରିଛି ।

ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ୟ୍ୟନ୍ତ ଚାଲିବ । ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌ (ଓଡ଼ିଆ) ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କୋଭିଡ୍‌ କଟକଣା ମଧ୍ୟରେ ହେବ ପରୀକ୍ଷା ।

ଚଳିତ ବର୍ଷ ମୋଟ୍‌ ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ପରିୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୭, ବାଣିଜ୍ୟରେ ୨୪ ହଜାର ୧୩୬ ଓ ଧନ୍ଦାମୂଳକ ବିଭାଗରେ ୫ ହଜାର ୮୬୩ ପରିକ୍ଷାର୍ଥୀ ପରିକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ପରୀକ୍ଷା ପରିଚାଳନା କରାଯାଇଛି । ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ । ୧୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ୫ ମିନିଟ୍ ପୂର୍ବରୁ ଉତ୍ତର ଖାତା ଦିଆଯିବ। ପରୀକ୍ଷା କେନ୍ଦ୍ରରେ ସିସିଟିଭି ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। କେନ୍ଦ୍ର ଭିତରକୁ ମୋବାଇଲ୍ ମନା କରାଯାଇଛି ।

 

Show More

Related Articles

Back to top button