ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଅଂଶୁଘାତରେ ପ୍ରାଣ ହରାଇଲେ ଚାଷୀ

ଥାନାରେ ଅପମୃତ୍ୟୁ ମାମଲା ରୁଜୁ

ଭଦ୍ରକ, ଅଂଶୁଘାତରେ ପ୍ରାଣ ହରାଇଲେ ଚାଷୀ । ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଷ୍ଣୁପୁର ପଞ୍ଚାୟତ ଅନ୍ତର୍ଗତ ଆଦମପୁର ଗ୍ରାମର ଚାଷୀ କୃପାସିନ୍ଧୁ ବେହେରା ଗତ ବୁଧବାର ଦିନ ପ୍ରାୟ ୧୧.୩୦.ମି ସମୟରେ ବିଲରେ କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ଆଣିବାକୁ ଯାଇଥିବା ବେଳେ ଅଚେତ୍ ହୋଇ ତଳେ ପଡି ଯାଇଥିଲେ ।

ଶ୍ରମିକମାନଙ୍କ ପାଖରୁ ଘବର ପାଇ ପରିବାର ଲୋକେ କୃପାସିନ୍ଧୁଙ୍କୁ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଧାମନଗର ଥାନାରେ ୯/୨୨ ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି।

Show More

Related Articles

Back to top button