ଦେଶ ବିଦେଶସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ରୋକିବା ପାଇଁ ସୂତା କପଡା ଗୁରୁତ୍ୱପୂର୍ଣ

ତେବେ ନିଜ ପାଇଁ ଏମିତି ବାଛନ୍ତୁ ମାସ୍କ, ଆସନ୍ତୁ ପଢିବା ସେ ବିଷୟରେ

ଦେଶକୁ କରୋନା ଆଗମନ ହେବାରେ ଅନେକ ସମୟ ବିତିଗଲାଣି। ଆରମ୍ଭ ଦିନରୁ ମାସ୍କ ପିନ୍ଧିବା ଲାଗି ସରକାରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଚେତନ ଲୋକେ ପରାମର୍ଶ ଦେଉଛନ୍ତି। ତେବେ କରୋନା ସଂକ୍ରମଣରୁ ବର୍ତ୍ତିବାରେ ମାସ୍କ ହିଁ ପ୍ରଧାନ ଆୟୁଧ। ଏଣୁ ଆମକୁ ତ୍ୱଚା ଅନୁସାରେ ଆମ ଲାଗି ମାସ୍କ ବାଛିବା ଜରୁରି। ଏପରି ମାସ୍କ ନିଜ ପାଇଁ ବାଛନ୍ତୁ ଯାହାକୁ ଆପଣ ଦୀର୍ଘ ସମୟ ମୁହଁରେ ଲଗାଇ ରଖିପାରିବେ।ତେବେ ମାସ୍କ ଚୟନରେ ଏହାର ଫେବ୍ରିକ୍‌ ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ଆଜିକାଲି ମାସ୍କର ଖୁବ୍ ପ୍ରଚାର ଓ ପ୍ରସାର କରୁଛନ୍ତି। ହେଲେ କେହିବି ହେଲେ ମାସ୍କ କେଉଁ ପ୍ରକାର କପଡାରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ ସେ କଥା କିନ୍ତୁ କେହି କହୁନାହାନ୍ତି। ଏଥିରେ ଜେରିଆଟ୍ରିକ ଏମର୍ଜେନ୍ସି ସେଣ୍ଟର ନିର୍ଦ୍ଦେଶକ ମାସ୍କ ଯେଉଁ କପଡାରେ ହେଉ ପଛେ କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ବୋଲି କହିଛନ୍ତି। ତେବେ ଗବେଷକମାନେ ଏବେ ମାସ୍କକୁ ନେଇ ଅନେକ ଗବେଷଣା ଚଳାଇଛନ୍ତି। ଏଥିରେ ସ୍କାର୍ଫ ଓ ସିଙ୍ଗଲ ଲେୟର ମାସ୍କ କୋଭିଡ ଲାଗି ଏତେଟା ଗୁରୁତ୍ୱ ରଖୁନଥିବା ଜଣାପଡିଛି।ତେବେ ଏଭଳି ମାସ୍କ ଆମ ଲାଗି କେତେ ଉପଯୋଗୀ ତାହା ଆମେ ମଧ୍ୟ ସହଜରେ ଜାଣିପାରିବ। ଆମେ ବ୍ୟବହାର କରୁଥିବା ମାସ୍କକୁ ଡୋରରୁ ଧରି ସୂର୍ଯ୍ୟ ଓ ଆଖି ମଧ୍ୟରେ ରଖନ୍ତୁ। ଯଦି ଏହା ମଧ୍ୟ ଦେଇ ସୂର୍ଯ୍ୟଙ୍କ କିରଣ ଆଖିରେ ପଡୁଛି ତେବେ ଏହାକୁ ବ୍ୟବହାର କରିବା ନିରାପଦ ନୁହେଁ ନିଶ୍ଟିତ ହୋଇଯାଆନ୍ତୁ।

ଘରେ ନିର୍ମିତ ମାସ୍କ ସବୁଠୁ ପ୍ରଭାବଶାଳୀ
ତେବେ ଅନ୍ୟ ମାସ୍କ ଅପେକ୍ଷା ଘରେ ସୂତା କପଡାରେ ଆମେ ପ୍ରସ୍ତୁତ କରିପାରୁଥିବା ଦୁଇ ପରସ୍ତ କପଡା ମାସ୍କ କୋଭିଡ ରୋକିବାରେ ସବୁଠୁ ସଫଳ। ହେଲେ ଏହା ଯଦି ଢିଲା ହୋଇଯାଏ ଅଥବା ଏହାକୁ ଆମେ ଢିଲା ପିନ୍ଧନ୍ତି ତେବେ ଏଥିରୁ ଯେଉଁ ଫଳାଫଳ ଆଶା କରାଯାଏ ତାହା ମିଳିପାରେନା। ତେବେ ଏତିକି ଜାଣି ରଖନ୍ତୁ ରେଜେଇ ସିଲେଇ ଲାଗି ସୂତା କପଡା ମାସ୍କ ସବୁଠୁ ପ୍ରଭାବୀ।
ସର୍ଜିକାଲ ମାସ୍କ
ସର୍ଜିକାଲ ମାସ୍କ କୋଭିଡ ଲାଗି ସର୍ବୋତ୍ତମ। ଏହା ପରସ୍ତ ପରସ୍ତ ହୋଇଥିବାରୁ ଭୂତାଣୁ ରୋକିବାରେ ବେଶ ସମର୍ଥ। ହେଲେ ଏହାର ସିଙ୍ଗଲ ୟୁଜ୍ ହୋଇଥାଏ। ଏହାକୁ ସଫା କରି ଯଦିଓ ଦ୍ୱିତୀୟବାର ଉପଯୋଗ କରାଯାଏ ତେବେ ଏତେଟା ପ୍ରଭାବୀ ହୋଇପାରେନା। ଏଣୁ ଯଦି ଆପଣ ଏପରି ମାସ୍କ ବ୍ୟବହାର କରୁଥାନ୍ତି ତେବେ ଥରଟିଏ ହିଁ ବ୍ୟବହାର କରନ୍ତୁ।
କୋନମାସ୍କ
ଆଜିକାଲି କୋନ ମାସ୍କର ବ୍ୟବହାର ମଧ୍ୟ ବଢିଛି। କାରଣ ଏହି ମାସ୍କ ମୁହଁକୁ ସମ୍ପୂର୍ଣ୍ଣ ଘୋଡାଇ ରଖିପାରୁଛି। ତେବେ ଏହା ସ୍ୱାସ୍ଥ୍ୟ ଲାଗି ଏତେଟା ଭଲ ନୁହେଁ। କାରଣ ଏହି ମାସ୍କ ପ୍ରସ୍ତୁତିରେ ପ୍ଲାଷ୍ଟିକ ଉପଯୋଗ ହେଉଛି। ଏଭଳି ମାସକ ସମୟେ ସମୟେ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରେ। ଏହା ପରେ କରୋନା ଭୂତାଣୁ ପ୍ଲାଷ୍ଟିକ ଉପରେ ଦୀର୍ଘ ସମୟ ରହିପାରୁଥିବାରୁ ଏଭଳି ମାସ୍କରୁ ଦୂରେଇ ରୁହନ୍ତୁ।
ଏନ-୯୫ ମାସ୍କ
ଆଜି ପର୍ଯ୍ୟନ୍ତ ଏପରି ମାସ୍କକୁ ନେଇ ଲୋକଙ୍କ ସନ୍ଦେହ ଦୂର ହୋଇ ନାହିଁ। ଏହା କିନ୍ତୁ କରୋନା ଭୂତାଣୁ ରୋକିବାରେ ସବୁଠୁ ସଫଳ ମାସ୍କ। ତେବେ ଏହାକୁ ସମସ୍ତେ ପିନ୍ଧିପାରିବେ ନାହିଁ। ଏପରି ମାସ୍କକୁ ଠିକରେ ପିନ୍ଧି ନ ପାରିଲେ କିଛି ସମୟ ପରେ ଶ୍ୱାସରୁଦ୍ଧ ହେବା ପରି ପରିସ୍ଥିତି ଉପୁଜିଥାଏ। ଏଣୁ ଏପରି ମାସ୍କ କେବଳ ସ୍ୱସ୍ଥ୍ୟ କର୍ମୀଙ୍କ ଲାଗି ଉପଯୁକ୍ତ।

Show More

Related Articles

Back to top button