ସରକାର ଗଢିବା ସହଜ, ରାଷ୍ଟ୍ରର ନିର୍ମାଣ କରିବା ନୁହେଁ…
ବିରୋଧୀଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ପିଏମ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ପିଏମ ମୋଦୀ କହିଛନ୍ତି, ଯେଉଁମାନେ ଦେଶକୁ ନେଇ ଚିନ୍ତିତ ନାହାନ୍ତି, ସେମାନଙ୍କୁ ରାଷ୍ଟ୍ରର ବର୍ତ୍ତମାନର ସ୍ଥିତିକୁ ନେଇ କୌଣସି ଫରକ ପଡେ ନାହିଁ । ହର ଘର ଜଳ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହିପରି ଲୋକେ ପାଣିକୁ ନେଇ ବଡ଼ ବଡ଼ କଥା କହିପାରିବେ, କିନ୍ତୁ ଏଥିପାଇଁ କାମ କରିବେ ନାହିଁ । ସ୍ୱାଧୀନତାର ଅମୃତ କାଳରେ ଜଳ ସୁରକ୍ଷା ଭାରତର ପ୍ରଗତି ଆଗରେ ଏକ ବଡ଼ ଆହ୍ୱାନ ହୋଇଛି । ଏଥିପାଇଁ ଗତ ୮ ବର୍ଷରେ ଜଳ ସୁରକ୍ଷା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସରକାର ଗଢିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡି ନଥାଏ । କିନ୍ତୁ ରାଷ୍ଟ୍ର ନିର୍ମାଣ ପାଇଁ ଅଧିକ ପ୍ରୟାସ କରିବାକୁ ପଡିଥାଏ । କଠିନ ପରିଶ୍ରମ କରିବା ଜରୁରୀ । ବିଜେପି ରାଷ୍ଟ୍ର ନିର୍ମାଣର ରାସ୍ତାକୁ ଚୟନ କରିଛି ।
ଦେଶର ସମସ୍ୟା ଗୁଡିକର ସମାଧାନ ବାହାର କରିବା ପାଇଁ ଆମେ ଲଗାତାର ପ୍ରୟାସ କରୁଛୁ ଏବଂ ଭବିଷ୍ୟତକୁ ସୁନ୍ଦର କରିବା କରିବା ପାଇଁ ଉଦ୍ୟମ କରୁଛୁ । ବିରୋଧୀ ଦଳକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଦେଶର ଚିନ୍ତା କରନ୍ତି ନାହିଁ, ସେମାନେ ଏଇ ବିଷୟରେ ଚିନ୍ତା କରନ୍ତି ନାହିଁ । ଏହି ଲୋକମାନେ ପାଣିକୁ ନେଇ ଲୋକଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ସେଥିପାଇଁ କିଛି କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ଆର୍ଥିକ ସୁରକ୍ଷା ଦୃଷ୍ଟିରୁ ଜଳର ଚିନ୍ତା କରିବା ଜରୁରୀ। ଶୁକ୍ରବାର ସେ କହିଛନ୍ତି, ଗତ ୮ ବର୍ଷରେ ଆମ ସରକାର ଜଳ ସଂରକ୍ଷଣ ଉପରେ ଜୋର ଦେଇଛନ୍ତି । ଦେଶର ୧୦ କୋଟି ଗ୍ରାମୀଣଙ୍କ ନିକଟରେ ପାଇପ ଲାଇନ ଯୋଗେ ପିଇବା ପାଣି ପହଞ୍ଚାଇବାରେ ସଫଳ ହୋଇଛୁ। ଲଗାତାର ପ୍ରୟାସରେ ସରକାର ଏହି ବଡ଼ ସଫଳତା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।