Breaking PLUSଦେଶ ବିଦେଶମୁଖ୍ୟ ଖବର

ମଙ୍କିପକ୍ସର ଯାଞ୍ଚ ପାଇଁ ଆସିଲା ପ୍ରଥମ ସ୍ୱଦେଶୀ କିଟ୍

ଦେଶରେ ଚିହ୍ନଟ ହୋଇସାରିଛି ୧୦ ମାମଲା

ମଙ୍କିପକ୍ସ ନମୂନା ପରୀକ୍ଷଣ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଆରଟିପିସିଆର କିଟ୍ ଆନ୍ଧ୍ର ପ୍ରଦେଶର ମେଡଟେକ ଜୋନରେ ଶୁଭାରମ୍ଭ କରାଯାଇଛି । ଏହି କିଟକୁ ଟ୍ରାନ୍ସ ଏସିଆ ବାୟୋ ମେଡିକାଲ୍ସ ପକ୍ଷରୁ ବିକଶିତ କରାଯାଇଥିବା ଏହି କିଟକୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ଲଞ୍ଚ କରିଛନ୍ତି । ଟ୍ରାନ୍ସ ଏସିଆ ଏରବା ମଙ୍କିପକ୍ସ ଆରଟି ପିସିଆର କିଟ ବେଶ ସମ୍ୱେଦନଶୀଳ କିନ୍ତୁ ବ୍ୟବହାର ପାଇଁ ସହଜ ଅଟେ।

ଚଳିତ ବର୍ଷ ମଙ୍କିପକ୍ସ କାରଣରୁ ଦୁନିଆରେ ଅଧିକ ମୃତ୍ୟୁ ଆଫ୍ରିକା ମହାଦେଶରେ ଦେଖିବାକୁ ମିଳୁଛି । ଆଫ୍ରିକାରେ ମୋଟ ୩,୨୩୨ ମାମଲା ରୁଜୁ ହୋଇଛି ଏବଂ ୧୦୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ଗୋଟିଏ ଅଞ୍ଚଳରେ ଏହାର ପୁଷ୍ଟି କରାଯାଇଛି କାରଣ ମହାଦେଶରେ ପର୍ଯ୍ୟାପ୍ତ ସଂସାଧନ ଗୁଡିକର ଅଭବା ରହିଛି । ଭାରତରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସର ୧୦ ମାମଲା ଚିହ୍ନଟ ହୋଇଛି ।

Show More

Related Articles

Back to top button