ଦେଶ ବିଦେଶବାଣିଜ୍ୟ

ଗୁଗୁଲ ସର୍ଚ୍ଚକୁ ସହଜ କରିବାକୁ ଆପଣାନ୍ତୁ ଏହି ୪ଟି ଟିପ୍ସ

ଜାଣନ୍ତୁ ସେଗୁଡିକ କଣ…

ସାଧାରଣତଃ ସମସ୍ତେ ଟିକେ ଦ୍ବନ୍ଦରେ ପଡିଲେ ଗୁଗୁଲ୍‌ ସର୍ଚ୍ଚ କରିଥାନ୍ତି । ଛୋଟରୁ ବଡ ଯାଏଁ ସଭିଏଁ ଗୁଗୁଲ୍‌ ବିଷୟରେ ଜାଣିଥାନ୍ତି। ଏଥିପାଇଁ ଗୁଗୁଲ୍ ସର୍ଚ୍ଚାକୁ ଅଧିକ ସହଜ ଏବଂ ସୁବିଧାଜନକ କରିବାକୁ କିଛି ସରଳ ଏବଂ ସହଜ ଉପାୟ ଜାଣିବାକୁ ଚାହୁଁଛନ୍ତି କି? ତେବେ ଏହି ଗୁଗୁଲ୍ ଗାଇଡକୁ ପଢନ୍ତୁ । ପ୍ରାୟ ସମସ୍ତେ ପ୍ରତିଦିନ ବିଭିନ୍ନ ଜିନିଷ ପାଇଁ ଗୁଗୁଲ୍ ସର୍ଚ୍ଚ ବ୍ୟବହାର କରିଥାନ୍ତି। ଛାତ୍ରମାନଙ୍କଠାରୁ ଆରମ୍ଭ କରି ଚାକିରୀ କରୁଥିବା ପର୍ଯ୍ୟନ୍ତ ସମସ୍ତେ ଯେକୌଣସି ତଥ୍ୟ ପାଇଁ ଗୁଗୁଲ୍ ସର୍ଚ୍ଚ ବ୍ୟବହାର କରିଥାନ୍ତି । ହେଲେ ଅନେକ ଲୋକ ସଠିକ୍‌ ସର୍ଚ୍ଚ ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ତେଣୁ ଏଠାରେ ଆମେ କିଛି ଉପାୟ ତାଲିକା କରିଛୁ ଯାହା ଆପଣଙ୍କୁ ଗୁଗୁଲରେ କିଛି ଖୋଜିବାକୁ ସାହାଯ୍ୟ କରିବ । ଏହି ସରଳ ଏବଂ ସହଜ କୌଶଳ ଗୁଡିକ ଯାଞ୍ଚ କରନ୍ତୁ ।

ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ଅନୁଚ୍ଛେଦ ଖୋଜିବାକୁ ଚାହାଁନ୍ତି ତେବେ “” (ଡବଲ୍ କୋଟ୍) ବ୍ୟବହାର କରିବା ଆପଣଙ୍କୁ ସାହାଯ୍ୟ କରିବ । ଗୁଗୁଲ୍ କେବଳ ଶବ୍ଦର ସମାନ କ୍ରମ ସହିତ ଡବଲ୍ କୋଟ୍ର ବାକ୍ୟର ତାଲିକା କରିଥାଏ। ଯଦି ଆପଣ ହାଇପର ସ୍ପେସିଫିକ୍‌ ସର୍ଚ୍ଚର ଫଳାଫଳ ଚାହୁଁଛନ୍ତି ଏବଂ ସବୁ ସମ୍ବନ୍ଧୀୟ ସର୍ଚ୍ଚର ଫଳାଫଳ ଦେଖାଇବାକୁ ଚାହୁଁନାହାଁନ୍ତି ତେବେ ଏହି ବୈଶିଷ୍ଟ ଗୁଡିକ ବହୁତ ଭଲ କାମ କରିବ।

ଯଦି ଆପଣ ଗୁଗୁଲ୍ ସର୍ଚ୍ଚରେ ଟାଇପ୍ କରିବାରେ ବିରକ୍ତ ହେଉଛନ୍ତି କି ଥକି ଯାଇଛନ୍ତି, ତେବେ ଆପଣ ଗୁଗୁଲ୍ ଭଏସ୍ ସର୍ଚ୍ଚ ବ୍ୟବହାର କରିପାରିବେ । ଯଦି ଆପଣ କ୍ରୋମ ବ୍ରାଉଜରରେ ବ୍ରାଉଜିଂ କରୁଛନ୍ତି କିମ୍ବା ଆଣ୍ଡ୍ରଏଡ୍ କିମ୍ବା ଆଇଓଏସରେ ଗୁଗୁଲ୍ ଆପ୍ ବ୍ୟବହାର କରୁଛନ୍ତି, ତେବେ ଉପର ଡାହାଣ କୋଣରେ ଥିବା ମାଇକ୍ରୋଫୋନ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଯାହା ଖୋଜିବାକୁ ଚାହୁଁଛନ୍ତି ତାହା ବିଷୟରେ ସେଠାରେ କୁହନ୍ତୁ। ଏହା ଗ୍ରହଣ କରିବା ପରେ, ସର୍ଚ୍ଚର ସଠିକ୍‌ ଫଳାଫଳ ଆସିଯିବ ।

ଗୁଗୁଲ୍ ସର୍ଚ୍ଚ ପେଜରେ ଏକ ଡେଡିକେଟେଡ୍‌ ସର୍ଚ୍ଚ ଟ୍ୟାବ୍ ରହିଛି । ଯାହା ୟୁଜର୍ସଙ୍କୁ ତାଙ୍କ ସର୍ଚ୍ଚ କାଟାଗୋରୀକୁ ନିର୍ଦ୍ଦିଷ୍ଟ କରିବାକୁ ଅନୁମତି ଦେଇଥାଏ। ଉଦାହରଣ କି, ଯଦି ଆପଣ ଏକ ଫଟୋ ଦେଖିବାକୁ ଚାହାଁନ୍ତି, ଫଟୋ ସର୍ଚ୍ଚ ଟ୍ୟାବ୍ କ୍ଲିକ୍ କରନ୍ତୁ, କିମ୍ବା ଯଦି କୌଣସି ନ୍ୟୁଜ୍‌ ବ୍ରାଉଜ୍ କରିବାକୁ ଚାହୁଁଛନ୍ତି, ତେବେ ନ୍ୟୁଜ୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ । ଏହା ଦ୍ବାରା ସମସ୍ତ ଜିନିଷ ଲାଗୁ ହୋଇଯିବ।

Show More

Related Articles

Back to top button