
ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯଦି ୩୪୨ ଟଙ୍କା ନାହିଁ ତେବେ ଆପଣଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ଘଟିପାରେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(ପିଏମଜେଜେବିଓ୍ଵାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମଏସବିଓ୍ଵାଇ)ର ବାର୍ଷିକ ନବୀକରଣ କରିବାର ଶେଷ ତାରିଖ ହେଉଛି ମେ ୩୧। ଯଦି ଆପଣ ଏହି ଦୁଇ ଯୋଜନାର ନବୀକରଣ ବା ରିନ୍ୟୁ କରି ନାହାନ୍ତି ତେବେ ଆପଣ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଜନାରୁ ବଞ୍ଚିତ ହୋଇ ପାରନ୍ତି।
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା
ଏହି ଯୋଜନା ଆଧାରରେ କୌଣସି ବି କାରଣରୁ ମୃତ୍ୟୁ ଘଟିଲେ କ୍ଷତିପୂରଣ ମିଳିଥାଏ। ଏହି ଯୋଜନାରେ ଜଡିତ ହେବା ପାଇଁ ବୟସ ସୀମା ହେଉଛି ୧୮ ରୁ ୫୦। ୫୦ ବର୍ଷ ବୟସ ପୂର୍ବରୁ ଯୋଜନାରେ ସାମିଲ୍ ଲୋକଙ୍କୁ ପ୍ରିମିୟମ ପୈଠ କଲେ ୫୫ ବର୍ଷ ଆୟୁ ପର୍ଯ୍ୟନ୍ତ କଭର ପାଇ ପାରିବେ।
ଲାଭ: ପ୍ରତି ବର୍ଷ ୩୩୦ ଟଙ୍କାର ପ୍ରିମିୟମ ପୈଠ କଲେ ୨ ଲକ୍ଷ ଟଙ୍କାର ଜୀବନ ବୀମା କଭର ପାଇ ପାରିବେ। ଯେ କୌଣସି ମୃତ୍ୟୁ ଉପରେ ଏହାର ଫାଇଦା ପାଇ ପାରିବେ।
ରେଜିଷ୍ଟ୍ରେସନ
ଯୋଜନା ଆଧାରରେ ବ୍ୟାଙ୍କର ଶାଖା/ବିସି ପଏଣ୍ଟ କିମ୍ବା ଓ୍ଵେବସାଇଟ୍କୁ ଯା କିମ୍ବା ଡାକଘର ଯାଇ ପଞ୍ଜୀକୃତ କରି ପାରିବେ। ଯୋଜନା ଆଧାରରେ ପ୍ରିମିୟମ ପୈଠ ଗ୍ରାହକଙ୍କ ଦ୍ଵାରା ଥରୁଟିଏ ଆରମ୍ଭ ହେବା ପରେ ବ୍ୟାଙ୍କ ଖାତାରୁ ସ୍ଵତପ୍ରବୃତଃ ଭାବେ ଟଙ୍କା କଟିଥାଏ। ଏହାର ସଂପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଓ୍ଵେବସାଟଇ୍ https://jansuraksha.gov.inକୁ ଯାଇ ପାରିବେ।
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା
ଏହି ଯୋଜନା ଦୁର୍ଘଟଣା କାରଣରୁ ମୃତ୍ୟୁ କିମ୍ବା ଦିବ୍ୟାଙ୍ଗତା ପାଇଁ କଭରେଜ୍ ଦିଆଯାଏ। ଯୋଜନାରେ ସାମିଲ୍ ହେବାର ବୟସ ୧୮ ରୁ ୭୦ ବର୍ଷ ପର୍ଯ୍ୟନ୍ତ ରହିଛି। ଦୁର୍ଘଟଣା କାରଣରୁ ମୃତ୍ୟୁ କିମ୍ବା ଦିବ୍ୟାଙ୍ଗତା ପାଇଁ ୨ ଲକ୍ଷ ଟଙ୍କାର କଭର ମିଳିଥାଏ। ଆଂଶିକ ଦିବ୍ୟାଙ୍ଗ ଉପରେ ଏକ ଲକ୍ଷ ଟଙ୍କା ମିଳିଥାଏ।
ରେଜିଷ୍ଟ୍ରେସନ
ଯୋଜନା ଆଧାରରେ ବ୍ୟାଙ୍କର ଶାଖା/ବିସି ପଏଣ୍ଟ କିମ୍ବା ଓ୍ଵେବସାଇଟ୍କୁ ଯା କିମ୍ବା ଡାକଘର ଯାଇ ପଞ୍ଜୀକୃତ କରି ପାରିବେ। ଯୋଜନା ଆଧାରରେ ପ୍ରିମିୟମ ପୈଠ ଗ୍ରାହକଙ୍କ ଦ୍ଵାରା ଥରୁଟିଏ ଆରମ୍ଭ ହେବା ପରେ ବ୍ୟାଙ୍କ ଖାତାରୁ ସ୍ଵତପ୍ରବୃତଃ ଭାବେ ଟଙ୍କା କଟିଥାଏ। ଏହାର ସଂପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଓ୍ଵେବସାଟଇ୍ https://jansuraksha.gov.in କୁ ଯାଇ ପାରିବେ।