ଦେଶ ବିଦେଶବାଣିଜ୍ୟ

ସରକାରଙ୍କୁ ୩୦,୩୦୭ କୋଟି ଟଙ୍କାର ଲାଭାଂଶ ଦେବ ଆରବିଆଇ

ବୋର୍ଡ ଦେଲା ମଞ୍ଜୁରୀ

ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ) ସରକାରଙ୍କୁ ୩୦,୩୦୭ କୋଟି ଟଙ୍କାର ଲାଭାଂଶ ଦେବ। ଏନେଇ ଏକ ପ୍ରସ୍ତାବକୁ ବ୍ୟାଙ୍କର ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଛି। ଆରବିଆଇ ପକ୍ଷରୁ କୁହାଯାଇଛି, ବୋର୍ଡର ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସରକାଙ୍କୁ ୩୦,୩୦୭ କୋଟି ଟଙ୍କା ଲାଭାଂଶ ଆକାରରେ ସରକାରଙ୍କୁ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ, ଲାଭାଂଶ କେନ୍ଦ୍ରୀୟ ବ୍ୟାଙ୍କର ନିଜସ୍ୱ ଲାଭ ହୋଇଥାଏ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷରେ ହୋଇଥିବା ବ୍ୟାଙ୍କର ୫୯୬ତମ ବୈଠକରେ ସରକାରଙ୍କୁ ଲାଭାଂଶ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ କେନ୍ଦ୍ରୀୟ ବ୍ୟାଙ୍କର ଏମରଜେନ୍ସି ରିସ୍କ ବଫର ୫.୫୦ ପ୍ରତିଶତ ରଖିବା ଉପରେ ନିଷ୍ପତ୍ତି ନିଆଯାଇଛି।

ଗତ ବର୍ଷ ମଇରେ ଆରବିଆଇ ୨୦୨୦ ଜୁଲାଇରୁ ୨୦୨୧ ମାର୍ଚ୍ଚ ଯାଏ ୯ ମାସର ଅବଧି ପାଇଁ ୯୯,୧୨୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବାକୁ ଘୋଷଣା କରିଥିଲା। ଏହାସହ ଆରବିଆଇ ଲାଭାଂଶ ପାଇଁ ମଧ୍ୟ ଆର୍ଥିକ ବର୍ଷ ଆଧାରେ ପୈଠର ବ୍ୟବସ୍ଥା ଲାଗୁ କରିଥିଲା। ଏହା ପୂର୍ବରୁ ଆଇବିଆଇ ଜୁଲାଇ-ଜୁନର ଅବଧି ଆଧାରରେ ଲାଭାଂଶର ଘୋଷଣା କରିଥାଏ। ଆରବିଆଇ ବୋର୍ଡ ସଦସ୍ୟଙ୍କ ବୈଠକରେ ବର୍ତ୍ତମାନର ଆର୍ଥିକ ପରିସ୍ଥିତର ମଧ୍ୟ ସମୀକ୍ଷା କରାଯାଇଛି। ଏଥିରେ ଘରୋଇ ସ୍ଥିତି ସହ ବୈଶ୍ୱିକ ଆହ୍ୱାନ ଏବଂ ବର୍ତ୍ତମାନର ଭୂ-ରାଜନୈତିକ ଘଟଣାକ୍ରମର ସମ୍ଭାବିତ ପ୍ରଭାବର ଆକଳନ କରାଯାଇଥିଲା।

Show More

Related Articles

Back to top button