Breaking PLUSବାଣିଜ୍ୟମୁଖ୍ୟ ଖବର

କର୍ମଚାରୀଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁ ଦରମା କାଟ କଲା ଦେଶର ସବୁଠାରୁ ବଡ଼ ଆଇଟି କମ୍ପାନୀ Wipro

କର୍ମାଚାରୀଙ୍କ ଢିଲା କାମ ଯୋଗୁ କଡ଼ା ପଦକ୍ଷେପ ନେଲା ଦେଶର ସବୁଠାରୁ ବଡ଼ ଆଇଟି କମ୍ପାନୀ ୱିପ୍ରୋ।

କମ୍ପାନୀ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବାରୁ ମଧ୍ୟମ ଓ ବରିଷ୍ଠ ସ୍ତରର କର୍ମଚାରୀମାନଙ୍କର ପ୍ରୋତ୍ସାହନ ରାଶି ସହ ଅନ୍ୟାନ୍ୟ ଦେୟରେ କାଟ କରିଛି। ଏନେଇ କର୍ମଚାରୀମାନଙ୍କୁ ଇ-ମେଲ୍ କରି ସୂଚନା ଦେଇଛି କମ୍ପାନୀ। ତେବେ ନୂଆ କରି ଚାକିରିରେ ଯୋଗ ଦେଇଥିବା ଫ୍ରେସର ଓ ଜୁନିୟର ଷ୍ଟାଫମାନଙ୍କୁ ୩୦ ପ୍ରତିଶତ କାଟ୍‌ରେ ଅନ୍ୟାନ୍ୟା ଦେୟ ମିଳିବ ବୋଲି କୁହାଯାଇଛି। ଅପରେଟିଂ ମାର୍ଜିନ ଚାପରେ ଯୋଗୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ମେଲ୍‌ରେ କୁହାଯାଇଛି। ଖବର ଅନୁସାରେ, Wipro ନିଜର ସି ବ୍ୟାଣ୍ଡ ଓ ସିନିୟର କର୍ମଚାରୀଙ୍କୁ ଦେଇଥିବା ମେଲ୍‌ରେ କହିଛି ଯେ ସେମାନେ ଆଉ କୌଣସି ଅନ୍ୟାନ୍ୟା ଦେୟ ପାଇବେ ନାହିଁ। ଏ ଓ ବି ବର୍ଗର କର୍ମଚାରୀ ନିର୍ଦ୍ଧାରିତ ଦରମାରେ ୭୦ ପ୍ରତିଶତ ପାଇବେ।

ଅଗଷ୍ଟ ଶେଷ ବେଳକୁ ଏହି ନିୟମ ଲାଗୁ ହେବ। କମ୍ପାନୀକୁ ଦିଆଯାଇଥିବା ଲକ୍ଷ୍ୟ ହାସଲରେ ବିଫଳ ହେବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ କମ୍ପାନୀର କ୍ୟୁ୧ ମାର୍ଜିନ ୧୫ ପ୍ରତିଶତ ତଳେ ରହିଛି। ଚଳିତ ତ୍ରୟ ମାସିକରେ ଆମର ଖରାପ ପ୍ରଦର୍ଶନ ଯୋଗୁ ଅନ୍ୟାନ୍ୟା ଦେୟରେ କାଟ କରାଯାଇଛି ବୋଲି କମ୍ପାନୀରେ ମେଲ୍‌ରେ କହିଛି। ଏନେଇ ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି। ତେବେ ସେପ୍ଟେମ୍ବର ମାସ ପହିଲାରେ ହେବାକୁ ଥିବା ସାଲାରୀ ବୃଦ୍ଧିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କମ୍ପାନୀ କହିଛି।

Show More

Related Articles

Back to top button