Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଭାରତକୁ ୧.୭୫ ବିଲିୟନ୍‌ ଡଲାର୍‌ର ଲୋନ୍‌ ମଞ୍ଜୁରୀ ଦେଲା ବିଶ୍ୱ ବ୍ୟାଙ୍କ

ସ୍ୱାସ୍ଥ୍ୟ ଏବଂ ବେସରକାରୀ ନିବେଶରେ ହେବ ଖର୍ଚ୍ଚ

ଭାରତର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଋଣ ଆକରରେ ସହାୟତା ଘୋଷଣା କରିଛି ବିଶ୍ୱ ବ୍ୟାଙ୍କ । ଭାରତ ପାଇଁ ୧.୭୫ ବିଲିୟନ୍‌ ଡଲାର୍‌ ଅର୍ଥାତ ୧୩,୮୩୪.୫୪ କୋଟି ଟଙ୍କାର ଋଣ ମଞ୍ଜୁରୀ କରାଯାଇଛି । ଏହି ଅର୍ଥ ପ୍ରଧାନମନ୍ତ୍ରୀ ଆୟୁସମାନ ଭାରତ ସ୍କିମ୍‌ ଏବଂ ବିସରକାରୀ କ୍ଷେତ୍ରରେ ନିବେଶ ପାଇଁ ଖର୍ଚ୍ଚ କରାଯିବ । ଯାହାକି ଦେଶର ଅର୍ଥନୀତିକୁ ବୃଦ୍ଧି କରିବାରେ ସହାୟକ ହେବ ।

ବିଶ୍ୱ ବ୍ୟାଙ୍କର ବୋର୍ଡ ଅଫ୍‌ ଏକ୍ଜୁକ୍ୟୁଟିଭ୍‌ ଡାରେକ୍ଟର ଦୁଇଟି ୫ ଶହ ଡଲାରର ସହାୟତା ଭିତ୍ତିକ ଋଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାକି ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ବିଶ୍ୱ ବ୍ୟାଙ୍କ ଏହି ଏକ ବିଲିୟନ୍‌ ଡଲାର୍‌ ଅକ୍ଟୋବର ୨୦୨୧ରେ ଲଞ୍ଚ୍‌ ହୋଇଥିବା ପ୍ରଧାନମନ୍ତ୍ରୀ ଆୟୁସମାନ ଭାରତ ହେଲ୍ଥ୍‌ ଇନ୍ଫ୍ରାଷ୍ଟ୍ରକ୍ଚର ମିଶନ୍‌କୁ ସହାୟତା ପ୍ରଦାନ କରିବା ଋଣ ଦେଇଛି । ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତି ଭୂମି ସଜାଡ଼ିବା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ।

ମିଳିଥିବା ସୂଚନା ଅନୁସାରେ ମଞ୍ଜୁରୀ ପାଇଥିବା ୨ଟି ଲୋନ୍‌ ମଧ୍ୟରୁ ଗୋଟିଏ କେବଳ ୭ ରାଜ୍ୟ ପାଇଁ ଖର୍ଚ୍ଚ ହେବ । ଆନ୍ଧ୍ରପ୍ରଦେଶ, କେରଳ, ମେଘାଳୟ, ଓଡ଼ିଶା, ପଞ୍ଜାବ, ତାମିଲ୍‌ନାଡ଼ୁ ଏବଂ ଉତ୍ତର ପ୍ରଦେଶ ପାଇଁ ଗୋଟିଏ ଲୋନ୍‌ ରାଶି ଖର୍ଚ୍ଚ ହେବ । ମୋଟ ଲୋନ୍‌ ମଧ୍ୟରୁ ୧ ବିଲିୟନ୍‌ ଡଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ୭୫୦ ମିଲିୟନ୍‌ ଡଲାର୍‌ ବେସରକାରୀ କ୍ଷେତ୍ରରେ ନିବେଶ ପାଇଁ ଖର୍ଚ୍ଚ ହେବ ।

Show More

Related Articles

Back to top button