ଓଡ଼ିଶାଦେଶବିଧାନସଭାମୁଖ୍ୟ ଖବରସ୍ୱାସ୍ଥ୍ୟ

୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ, ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି  । ଯେଉଁଥିରେ ମୋଟ ବ୍ୟୟ ଅଟକଳ ମଧ୍ୟରୁ ରାଜ୍ୟସ୍ୱ ସଂଗ୍ରହରୁ କେବଳ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଆସିବ । ଏହାଛଡା ଅନ୍ୟାନ୍ୟ ବାବଦରୁ ମିଳିଥିବା ୩୬ ହଜାର ୩୩ କୋଟି ଟଙ୍କା ଆସିବ ବୋଲି ସରକାର ଆକଳନ କରିଛନ୍ତି । ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟ ବଜେଟ ଗତ ୨୨ ବର୍ଷ ତୁଳନାରେ ୧୭ ପ୍ରତିଶତ ବୃଦ୍ଧି ପାଇଛି । ତେବେ ସରକାର ଚଳିତ ବର୍ଷ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଛି ୧୨ ହଜାର ୬୨୪ କୋଟି ଟଙ୍କା। ଯାହା ପୂର୍ବ ବଜେଟ ତୁଳନାରେ ୩୮ ପ୍ରତିଶତ ଅଧିକ ।ଯେଉଁଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନକୁ ମିଳିଛି ୨ ହଜାର ୩୨୫ କୋଟି । ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି ଟଙ୍କା ଆବଣ୍ଟିତ ହୋଇଛି ।

Show More

Related Articles

Back to top button