ଜୀବନଚର୍ଯ୍ୟା

ଏହି ୫ଟି କାର୍ଯ୍ୟ କରିବା ସମୟରେ ଯଦି ରଖିବେ ଧ୍ୟାନ : ତେବେ ଜୀବନରେ ହାସଲ କରିବେ ସଫଳତା

ବୈଦିକ ଭାରତୀୟ ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତେକ ଦିଗର କିଛିନାକିଛି ମହତ୍ୱ ରହିଛି l ଯଦି କୌଣସି ବ୍ୟକ୍ତି ନିଜ ଘର ,ଦୋକାନ କିମ୍ବା ଅଫିସରେ ବାସ୍ତୁଶାସ୍ତ୍ରରେ ଦିଆ ଯାଇଥିବା ନିୟମ ଅନୁସାରେ ଦିଗକୁ ନେଇ କାର୍ଯ୍ୟ କରିଥାଏ ତେବେ ତାକୁ ଜୀବନରେ ସଫଳତା ମିଳିଥାଏ ଓ ଧନ ପ୍ରାପ୍ତି ହୋଇଥାଏ

ଆସନ୍ତୁ ଆଜି ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଦିଗକୁ କିପରି ମହତ୍ୱ ଦେବା l

* ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ଦିଗକୁ ସଫଳତାର ଦିଗ ବୋଲି କୁହାଯାଏ l ସେଥିପାଇଁ ଯେକୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ବ୍ୟକ୍ତି ଉତ୍ତର ଦିଗ ଆଡକୁ ମୁଖରଖି କାର୍ଯ୍ୟ କରିବା ବଶ୍ୟକ l

* ଘରେ ପୂଜା ଘରକୁ ସକାରତ୍ମକ ଶକ୍ତିର କେନ୍ଦ୍ରବିନ୍ଦୁ ବୋଲି କୁହାଯାଏ l ସେଥିପାଇଁ ପୂଜା କରିବା ସମୟରେ ବ୍ୟକ୍ତି ନିଜର ମୁଖକୁ ପଶ୍ଚିମ ଦିଗ ଆଡକୁ ରଖିବା ଉଚିତ l ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ପୂର୍ବଦିଗ ଆଡକୁ ମଧ୍ୟ ମୁହଁ କରି ପୂଜା କରି ପାରିବେ l

 

* ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗ ପିଲା ମାନଙ୍କର ପାଠପଢା ପାଇଁ ଶୁଭ ଅଟେ l ଏପରି ଚିନ୍ତା କରାଯିବାର କାରଣ ହେଲା ଯେଉଁ ପିଲାମାନେ ପୂର୍ବ ଦିଗକୁ ମୁଖକରି ପାଠ ପଢ଼ନ୍ତି ସେମାନଙ୍କୁ ଜୀବନରେ ନିଶ୍ଚିନ୍ତ ସଫଳତା ମିଳେ l

* ବାସ୍ତୁଶାସ୍ତ୍ର ଅନୁସାରେ ଦୋକାନର ମାଲିକ କିମ୍ବା ଅଫଇସର ମାଲିକ ନିଜ କର୍ମ ସଂସ୍ଥାରେ ସବୁବେଳେ ଉତ୍ତର ଦିଗକୁ ମୁହଁ କରି ବସିବା ଉଚିତ ,କାରଣ ଏପରି କରିବା ଦ୍ୱାରା ଜୀବନରେ ସଫଳତା ମିଳେ l

* ଘରେ ରୋଷେଇ କରୁଥିବା ସମୟରେ ବାସ୍ତୁ ଅନୁସାରେ ରୋଷେଇ କରୁଥିବା ବ୍ୟକ୍ତିର ମୁହଁ ପୂର୍ବ କିମ୍ବା ଉତ୍ତର ପୂର୍ଵ ଦିଗକୁ ରହିବ ଉଚିତ l

Show More

Related Articles

Back to top button