ଦେଶ ବିଦେଶମୁଖ୍ୟ ଖବର

୧୮ ବର୍ଷରୁ କମ୍‌ ବର୍ଗଙ୍କୁ ଅକ୍ଟୋବରରୁ ଭ୍ୟାକସିନ୍‌

୨୦୨୨ ଆରମ୍ଭରେ ଶିଶୁଙ୍କୁ ଟିକାକରଣ

ଦେଶରେ କରୋନା ସଂକ୍ରମଣ କମୁଛି । ଟିକାକରଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ସମ୍ଭାବ୍ୟ ତୃତୀୟ କରୋନା ଲହର ମଧ୍ୟରେ ଟିକାକରଣ ଜୋରଦାର କରିବାକୁ ସରକାର ପ୍ରୟାସ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଉପଲବ୍ଧ ହୋଇନାହିଁ । ଏଣୁ ତୃତୀୟ ଲହରରେ ଏହି ବର୍ଗ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଏଭଳି ସ୍ଥିତିରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ଆସନ୍ତା ଅକ୍ଟୋବର ମାସରେ ‘କୋଭୋଭାକ୍ସ’ ଟିକା ଲଞ୍ଚ କରିବାକୁ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ(ଏସ୍‌ଆଇଆଇ)ର ମୁଖ୍ୟ ଆଦର ପୁନାୱାଲା ଘୋଷଣା କରିଛନ୍ତି । ଦେଶରେ କୋଭୋଭାକ୍ସର ଜରୁରିକାଳୀନ ବ୍ୟବହାର ପାଇଁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆବେଦନ କରିସାରିଛି ।୧୨ ବର୍ଷ ବୟସରୁ ଊଦ୍ଧ୍ୱର୍ଙ୍କ ପାଇଁ ଅକ୍ଟୋବରରେ କୋଭୋଭାକ୍ସ ଟିକା ଲଞ୍ଚ ହେବ । ୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ୨୦୨୨ ପ୍ରାରମ୍ଭରୁ କୋଭୋଭାକ୍ସ ଟିକା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାର ଟିକାର ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ ବୋଲି ପୁନାୱାଲା କହିଛନ୍ତି । ଏହି ଅବସରରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଅନ୍ୟପକ୍ଷରେ ପୁନାୱାଲା ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଦିଲ୍ଲୀରେ ସାକ୍ଷାତ କରି କୋଭିସିଲ୍ଡ ଟିକାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରିଛନ୍ତି । ୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ୨୦୨୨ ପ୍ରାରମ୍ଭରୁ କୋଭୋଭାକ୍ସ ଟିକା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାର ଟିକାର ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ ବୋଲି ପୁନାୱାଲା କହିଛନ୍ତି ।

ଏହି ଅବସରରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଅନ୍ୟପକ୍ଷରେ ପୁନାୱାଲା ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଦିଲ୍ଲୀରେ ସାକ୍ଷାତ କରି କୋଭିସିଲ୍ଡ ଟିକାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରିଛନ୍ତି । ୧୭ରୁ ଊଦ୍ଧ୍ୱର୍ ଦେଶରେ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ଅନୁମତି ମିଳିଛି । ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଏକ ଶୁଭ ଖବର ବୋଲି ସେ କହିଛନ୍ତି ।ସୂଚନାଥାଉ କି, ଆମେରିକୀୟ କମ୍ପାନି ନୋଭୋଭାକ୍ସ ଶିଶୁମାନଙ୍କ ପାଇଁ କୋଭୋଭାକ୍ସ ଟିକା ବିକଶିତ କରିଛି । ଭାରତରେ କୋଭୋଭାକ୍ସ ଟିକା ଉତ୍ପାଦନ କରିବା ପାଇଁ ସେରମ୍‌ ଇନଷ୍ଟିଚ୍ୟୁଟ ନୋଭୋଭାକ୍ସ ସହ ଚୁକ୍ତି କରିଛି । ବର୍ତ୍ତମାନ ଦେଶରେ କୋଭୋଭାକ୍ସର କ୍ଲିନିକାଲ ପରୀକ୍ଷଣ ଜାରି ରହିଛି । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଉତ୍ପାଦନ ହେଉଥିବା କୋଭିସିଲ୍ଡ ଟିକା ଦେଶରେ ବହୁଳ ଭାବରେ ବ୍ୟବହୃତ ହେଉଛି । ଅକ୍ସଫୋର୍ଡ ୟୁନିଭର୍‌ସିଟି ଏବଂ ଆଷ୍ଟ୍ରାଜେନେକା ମିଳିତ ଭାବେ କୋଭିସିଲ୍ଡ ଟିକା ବିକଶିତ କରିଥିଲେ।

Show More

Related Articles

Back to top button