ଦେଶମନୋରଞ୍ଜନସ୍ୱତନ୍ତ୍ର

ଆଗାମୀ ମାସରେ ରିଲିଜ ହେବାକୁ ଯାଉଛି ‘କୋଡ ନେମ: ତ୍ରିରଙ୍ଗା

ଆସନ୍ତା ମାସରେ ରିଲିଜ ହେବାକୁ ଯାଉଛି ‘କୋଡ ନେମ: ତ୍ରିରଙ୍ଗା । ଏଥି ନଜର ଆସିବେ  ବଲିଉଡ କୁଇନ ପରିଣିତି ଚୋପ୍ରା ଓ ଆଗଧାଡିର ପଞ୍ଜାବୀ ଗାୟକ ହର୍ଡି ସଂଧୁଙ୍କ ଯୋଡି । ଏହି ଫିଲ୍ମରେ ପରିଣିତି ଚୋପ୍ରା ଏକଏଜେଣ୍ଟ ଭୂମିକାରେ ନଜର ଆସିବେ ।

ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ମ କୋଡ ନେମ: ତ୍ରିରଙ୍ଗା ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୧୪ରେ ରିଲିଜ ହେବ । ଫିଲ୍ମର ରିଲିଜକୁ ନେଇ ଫିଲ୍ମ ମେକର ରିଭୁ ଦାସଗୁପ୍ତା ଖୁବ ଏକ୍ସାଇଟେଡ ଅଛନ୍ତି ।

ଫିଲ୍ମର ରିଲିଜ ଡେଟ ଘୋଷଣା କରିବା ସମୟରେ ରିଭୁ ଦାସଗୁପ୍ତା କହିଛନ୍ତି, ମୁଁ ମୋର ଆଗାମୀ ଫିଲ୍ମର ରିଲିଜ ଡେଟ ଘୋଷଣା କରି ଖୁବ ଖୁସି ଅନୁଭବ କରୁଛି । । ଦେଶ ପାଇଁ ନିଜର କର୍ତ୍ତବ୍ୟ କରୁଥିବା ଜଣେ ସେନାଙ୍କ ବଳିଦାନ ଉପରେ ଆଧାରିତ ଏହି ଫିଲ୍ମ । ଏହାଏକ ଗୁପ୍ତଚରର କାହାଣୀ । ଏହି କାହାଣୀକୁ ଦର୍ଶକ ଅନେକ ଭଲପାଇବା ଦେବେବେଲି ଆଶା କରୁଛି ।

 

Show More

Related Articles

Back to top button