ବାଣିଜ୍ୟ

ଆହୁରି ମହଙ୍ଗା ହେବ ଆପଣଙ୍କ EMI ?

ଆରବିଆଇ ଆସନ୍ତା ସପ୍ତାହରେ ପୁଣି ଥରେ ବୃଦ୍ଧି କରି ପାରନ୍ତି ସୁଧହାର

ଦେଶରେ ମୁଦ୍ରାସ୍ଫୀତି ଚରମରେ ରହିଛି । ସରକାର ଦରବୃଦ୍ଧି ହ୍ରାସ ପାଇଁ ନିଜ ସ୍ତରରେ ଉଦ୍ୟମ ଚଳାଇଛନ୍ତି । ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ଆସନ୍ତା ସପ୍ତାହରେ ହେବାକୁ ଯାଉଛି । ଆରବିଆଇ ପୁଣି ଥରେ ସୁଧହାର ବଢାଇ ପାରନ୍ତି । ଏମିତି ହେଲେ ଲୋନର ଇଏମଆଇ ଆହୁରି ମହଙ୍ଗା ହୋଇପାରେ ।

୦.୪୦ ବଢିପାରେ ରେପୋ ରେଟ୍‌
ମୁଦ୍ରା ନୀତି କମିଟିର ବୈଠକ ଜୁନ ୬ରୁ ୯ ମଧ୍ୟରେ ହେବାକୁ ଯାଉଛି । ଗତ ଥର ଏପ୍ରିଲରେ ଅନୁଷ୍ଠିତ ବୈଠକରେ ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତନ କରାଯାଇନଥିଲା । ମାତ୍ର ମେ ମାସରେ ବସିଥିବା ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାରରେ ୦.୪୦ ପ୍ରତିଶତ ବୃଦ୍ଧି କରିଥିଲେ। ପୁଣି ଥରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି କରି ପାରନ୍ତି ।

ଯଦି ପୁଣି ଥରେ ସୁଧ ହାର ୦.୩୫ ରୁ ୦.୪୦ ପ୍ରତିଶତ ବୃଦ୍ଧି ଘଟେ ତେବେ ଆଗାମୀ ଦିନରେ ଋଣ ନେଇଥିବା ବ୍ୟକ୍ତିଙ୍କ ମାସିକିଆ କିସ୍ତିର ରାଶି ବଢିବାର ସମ୍ଭାବନା ରହିଛି । ରିପୋର୍ଟରେ ମୁଦ୍ରାସ୍ଫୀତି ବଢିବାର ଅନୁମାନ କରାଯାଇଛି । ଆର୍ଥିକ ବର୍ଷ ୨୦୨୨-୨୩ରେ ଖୁଚୁରା ମୁଦ୍ରାସ୍ପୀତି ହାରାହାରି ୬.୮ ପ୍ରତିଶତ ରହିପାରେ । ଆରବିଆଇର ୨ ରୁ ୬ ପ୍ରତିଶତ ନିର୍ଦ୍ଧାରିତ ଲକ୍ଷ୍ୟଠୁ ଏହା ଅଧିକ ରହିଛି । ଯଦି ଦରବୃଦ୍ଧି ଉଚ୍ଚସ୍ତରରେ ରହେ ତେବେ ଆରବିଆଇ ଚଳିତ ଆର୍ଥିକ ବର୍ଷରେ ସୁଧ ହାରକୁ ୫.୬୫ ପ୍ରତିଶତ ପର୍ଯ୍ୟନ୍ତ ନେଇ ପାରନ୍ତି । ବର୍ତମାନ ରେପୋ ରେଟ୍ ୪.୪୦ ପ୍ରତିଶତ ରହିଛି ।

Show More

Related Articles

Back to top button