ଦେଶ ବିଦେଶ

ପ୍ରକୃତ ସୁଖ ପାଇବା ପାଇଁ ଧନ ଓ ପ୍ରାଚୁର୍ଯ୍ୟର ଆବଶ୍ୟକତା ନାହିଁ : ଗୌତମ ବୁଦ୍ଧ

ଭଦିୟ ମହାତ୍ମା ବୁଦ୍ଧଙ୍କର ଜଣେ ମହତ୍ଵପୁର୍ଣ ଶିଷ୍ୟ ଥିଲେ l ଏକଦା ସାଧନା କରୁଥିବା ସମୟରେ ଅତି ଜୋରେ ଶୁଭିଲା – “ଆନନ୍ଦ ହିଁ ଆନନ୍ଦ “,କିନ୍ତୁ ଏହି ସ୍ଵରଟି ଅତ୍ୟନ୍ତ ଉଚ ଥିଲା l ସେମାନଙ୍କ ନିକଟତମ ଭିକ୍ଷୁମାନେ ଭୟଭୀତ ହୋଇ ଯାଇଥିଲେ ଓ ସେମାନେ ବୁଦ୍ଧଙ୍କ ନିକଟରେ ତାଙ୍କର ଚିତ୍କାର ଛାଡିବାର ସମ୍ବାଦ ଦେବାକୁ ପହଞ୍ଚିଥିଲେ

ସେମାନେ ବୁଦ୍ଧଙ୍କୁ ଯାଇ କହିଥିଲେ ବୋଧହୁଏ ଭଦିୟ ରାଜପାଟ ଓ ପ୍ରତିଷ୍ଠାକୁ ମନେପକାଇ ବ୍ୟଥିତ ଅଛନ୍ତି ,ସେଥିପାଇଁ ଏପରି ଚିତ୍କାର ଛାଡ଼ୁଛନ୍ତି l ଦ୍ଵିତୀୟ ଦିନ ବୁଦ୍ଧ ଭଦିୟଙ୍କୁ ସମସ୍ତଙ୍କ ସମ୍ମୁଖକୁ ଡାକିଲେ ଓ ପଚାରିଲେ “ଆପଣ କଲି ସାଧନା କରୁଥିବା ସମୟରେ ଚିଲାଉଥିଲେ ଓ କହିଥିଲେ ଆନନ୍ଦ ହିଁ ଆନନ୍ଦ “l

ଭଦିୟ ଏହାର ଉତ୍ତରରେ କହିଲେ “ହେ ମହାତ୍ମା ,ମୁଁ ପୂର୍ବରୁ ଗୋଟିଏ ରାଜକୁମାର ଥିଲି , ମୁଁ ଯୁଆଡେ ଯାଉଥିଲି ମୋ ସହିତ ସୈନିକ ଯାଉଥିଲି l ମୁଁ ସ୍ବଛନ୍ଦରେ କୁଆଡେ ବୁଲି ପାରୁନଥିଲି l ମହଲରେ ଚାରିପାଖରେ ସସସ୍ତ୍ର ପହରା ଲାଗି ରହିଥିଲା l କାହା ସହିତ ସହଜରେ ସାକ୍ଷାତ କରି ପାରୁ ନଥିଲି l

ମୁଁ ସେଠାରେ ସବୁବେଳେ ଭୟବିତ୍ତ ହୋଇ ରହୁଥିଲି l ମୁଁ ଏଠାରେ ସ୍ବଛନ୍ଦରେ ଜଙ୍ଗଲକୁ ମଧ୍ୟ ଯାଆସ କରି ପାରୁଛି ,ବସିକି ଧ୍ୟାନ କରି ପାରୁଛି ,ଅନ୍ୟ ମାନଙ୍କ ସାହାଯ୍ୟ ମଧ୍ୟ କରି ପାରୁଛି l ଏପରି ପୂର୍ବରୁ ମଧ୍ୟ ଇଛା ଥାଇ କରି ପାରୁ ନଥିଲି l ବର୍ତମାନ ଜୀବନ ଅତିବାହିତ କରିବା ପାଇଁ ମତେ ଶାନ୍ତି ଓ ଆନନ୍ଦ ଲାଗୁଚି l

ତେଣୁ କଲି ସାଧନା କରୁଥିବା ସମୟରେ ଏହି ତଥ୍ୟ ମୋ ସାମ୍ନାକୁ ଆସିଥିଲା ତେଣୁ ମୁଁ କହିଥିଲି “ଆନନ୍ଦ ହିଁ ଆନନ୍ଦ “l ଏହାପରେ ସେ କହିଥିଲେ ଏପରି ମୋର ଚିତ୍କାର ଦ୍ୱାରା ଯଦି କାହାର ସାଧନାରେ ବାଧା ଉପୁଜିଛି ତେବେ ମତେ କ୍ଷମା କରନ୍ତୁ l ଏହାପରେ ବୁଦ୍ଧଦେବ କହିଥିଲେ “ଏହା ଅତ୍ୟନ୍ତ ସୁନ୍ଦର କଥା l ନିଜର ସୁଖ ଓ ଅରାମକୁ ତ୍ୟାଗ କରି ଅନ୍ୟମାନଙ୍କ ପାଇଁ ଗୋଟିଏ ସାଧାରଣ ମଣିଷ ଭାବରେ ଜୀବନ ବିତାଇବା ଏହା ବର୍ତମାନ ଅନ୍ୟମାନଙ୍କ ପାଇଁ କଲ୍ୟାଣକାରୀ ଅଟେ l ପ୍ରକୃତ ସୁଖ ପାଇବା ପାଇଁ ଧନ ପ୍ରାଚୁର୍ଯ୍ୟର ଆବଶ୍ୟକତା ନାହିଁ l ଏହି ଜ୍ଞାନ ଦ୍ୱାରା ଆପଣଙ୍କୁ ଯେଉଁ ଶାନ୍ତି ଓ ଆନନ୍ଦ ପ୍ରାପ୍ତି ହୋଇଛି ତାହା ଦୁର୍ଲଭ ଅଟେ l “

Show More

Related Articles

Back to top button