ଦେଶ ବିଦେଶସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ମଣିଷ ଶରୀର ପାଇଁ ପଇଡ ହେଉଛି ରାମବାଣ

ଆସନ୍ତୁ ଜାଣିବା ପଇଡ ପିଇବା ଦ୍ୱାରା କି ଲାଭ ମିଳିଥାଏ-

ପଇଡ କଥା ଆମେ ଶୁଣିଲେ ସର୍ବପ୍ରଥମେ ଆମେ ହିନ୍ଦୁ ଧର୍ମର ପୂଜା ବିଷୟରେ ଚିନ୍ତା କରିଥାଉ l କାରଣ ପ୍ରତ୍ୟକଟି ପୂଜାରେ କଳସ ବସାଇବା ପାଇଁ ପଇଡର ଆବଶ୍ୟକତା ପଡିଥାଏ l ପଇଡ ଯେତେବେଳେ ପାକଳ ହୋଇଥାଏ ସେତେବେଳେ ଏହା ନଡ଼ିଆରେ ପରିଣତ ହୁଏ l କିନ୍ତୁ ପଇଡ ପାଣି ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ଦୂରେଇ ରଖିଥାଏ l ଏଥିରେ ଏମିତି କିଛି ତତ୍ୱ ଅଛି ଯାହା ଆମ ଶରୀର ପାଇଁ ଖୁବ୍ ଲାଭ ଦାୟକ l ଗୋଟିଏ ପଇଡରେ ପାଖାପାଖି ୨00 ମିଲିଲିଟର ପାଣି ଥାଏ l କିଛି ପଇଡର ପାଣି ଖାରା ଓ କିଛି ମିଠା ଲାଗିଥାଏ l ଏହା ଏକ ଲୋକ୍ୟଲୋରୀ ଯୁକ୍ତ ପାନୀୟ ଅଟେ l ପଇଡ ପାଣିରେ ଆଣ୍ଟି ଆକ୍ସିଡେଣ୍ଟ ,ଅମିନୋଏସିଡ,ଏଞ୍ଜାଇମ ,ଭିଟାମିନ-ବି ଓ ଭିଟାମିନ-ସି ଇତ୍ୟାଦି ଥାଏ l

* ଝାଡ଼ାବାନ୍ତି ସମୟରେ ଶରୀରରୁ ଜଳୀୟ ଅଂଶ କମିଯାଇଥା l ତେଣୁ ଏହି ସମୟରେ ପଇଡ ପାଣି ପିଇବା ଆବଶ୍ୟକ କାରଣ ପଇଡ ଏହି ଜଳୀୟ ଅଂଶର କାମିକୁ ପୁରା କରିଥାଏ l ପଇଡ ପାଣିରେ ଆମର ଇମ୍ୟୁନ ସିଷ୍ଟମ ଠିକ ରହିଥାଏ l

* ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ପଇଡ ପାଣି ପିଇବା ଆବଶ୍ୟକ l ଏଥିରେ ଥିବା ଭିଟାମିନ-ସି ,ପୋଟାସିୟମ ଓ ମ୍ୟାଗନେସିୟମ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଓ ହାଇପାର ଟେନ୍ସନକୁ ମଧ୍ୟ ନିୟନ୍ତ୍ରଣ କରେ l

* କୋଲେଷ୍ଟ୍ରଲ ଓ ଫ୍ୟାଟଫ୍ରି ହେବା କାରଣରୁ ପଇଡ ପାଣି ହୃଦୟ ପାଇଁ ହିତକାରୀ l କାରଣ ପଇଡରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଗୁଣ ରକ୍ତ ସଞ୍ଚାଳନ ଠିକ ଭାବରେ କରିଥାଏ ଯାହା ଦ୍ୱାରା ହୃଦୟ ସୁରକ୍ଷିତ ରହିଥାଏ l

* ଆଜିକାଲି ସମସ୍ତେ ଓଜନ କମାଇବା ପାଇଁ ଚେଷ୍ଟିତ l ତେଣୁ ଯେଉଁ ମାନେ ଏହି ଚେଷ୍ଟା କରୁଛନ୍ତି ସେମାନେ ଦିନକୁ ୩ ରୁ ୪ ଗ୍ଲାସ ପର୍ଯ୍ୟନ୍ତ ପଇଡ ପାଣି ପିଇବା ଆବଶ୍ୟକ l ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ l

* ମୁଣ୍ଡ ବିନ୍ଧା ସହିତ ଯୋଡି ହୋଇଥିବା ସମସ୍ୟା ଗୁଡିକ ସାଧାରଣତଃ ଡିହାଇଡ୍ରେସନ ଯୋଗୁ ହୋଇଥାଏ l ଏହି ସମୟରେ ପଇଡ ପାଣି ପିଇବା ଦ୍ୱାରା ଶରୀରକୁ ତୁରନ୍ତ ଇଲେକ୍ଟ୍ରୋଲାଇଟ ମିଳିଥାଏ ଯାହା ଫଳରେ ଡିହାଇଡ୍ରେସନ ସ୍ତର ଠିକ ହୋଇ ଯାଇଥାଏ l

* ବଢୁଥିବା ବୟସରେ ସାଧାରଣତଃ ଚର୍ମରେ କୁଞ୍ଚନ ଆସିବା ସହିତ ଚର୍ମର ସତେଜତା ମଧ୍ୟ କମିବାକୁ ଲାଗେ l ତେଣୁ ଯଦି ଆମେ ନିୟମିତ ପଇଡ ପାଣି ପିଇବା ବର୍ଦ୍ଧିତ ବୟସରେ ଏହା ଆମକୁ ଲାଭଦେବା l ପଇଡରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଚର୍ମ ପାଇଁ ହିତକର l

Show More

Related Articles

Back to top button