ଓଡ଼ିଶାଖେଳମୁଖ୍ୟ ଖବର

ଆଜିଠୁ ବାରବାଟୀ ଟି-20 ପାଇଁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି

ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ ଏବଂ ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚପାଇଁ ଅଫ୍‌ଲାଇନ୍‌ରେ ଆଜିଠୁ ଟିକେଟ ବିକ୍ରି ହେବ । ଏନେଇ ଓଡିଶା କ୍ରିକେଟ ଆସୋସିଏସନ ଏବଂ ଓସିଏ ସହିତ ଅନୁବନ୍ଧିତ ଥିବା ସମସ୍ତ ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣିପାରିବେ। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି ହେବ।

ସକାଳ ୧୦ ଟାରୁ ଓସିଓ କନ୍‌ଫରେନ୍ସ ହଲରେ ମିଳିବ ଟିକେଟ। ଏଥିପାଇଁ କାଉଣ୍ଟର କରାଯାଇଥିବାବେଳେ ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ମିଳିବ। ଏହାପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ୧୬ ହଜାର ୧୫୪ଟି ଟିକେଟ । ତେବେ ମୋଟ ୨୯ ହଜାର ୧୫୪ ଟିକେଟ୍ ବିକ୍ରି ହେବାକୁ ଥିବାବେଳେ ଆଗରୁ ଅନ୍‌ଲାଇନରେ ୫ ହଜାର ଟିକେଟ ବିକ୍ରି ସରିଛି ।

ସୂଚନା ମୁତାବକ, ଗତକାଲି ଅଫ୍‌ଲାଇନରେ ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେବା ସହ ତାଙ୍କ ହାତରୁ ଟଙ୍କା ନେଇଥିଲେ। ଏହି ଅବସରରେ ଟିକେଟ ବିକ୍ରି ପାଇଁ କରାଯାଇଥିବା ସୁବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ଓସିଏ ସମ୍ପାଦକ।

Show More

Related Articles

Back to top button