Breaking PLUSଓଡ଼ିଶାମୁଖ୍ୟ ଖବର

କୋଏଲ ନଦୀରେ ବୁଡି ୩ ନାବାଳକଙ୍କ ସଲିଳସମାଧୀ

୩ ଜଣ ନାବାଳକ ଗାଧୋଇବା ଲାଗି ରାଉରକେଲାର କୋଏଲ ନଦୀକୁ ବୁଧବାର ଅପରାହ୍ନ ୧ଟା ସମୟରେ ଯାଇଥିଲେ । ଗାଧୋଇବା ସମୟରେ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲେ । ଏହି ଖବର ପାଇବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିଲେ ।

୩ ଜଣ ନାବାଳକ ଗାଧୋଇବା ଲାଗି ରାଉରକେଲାର କୋଏଲ ନଦୀକୁ ବୁଧବାର ଅପରାହ୍ନ ୧ଟା ସମୟରେ ଯାଇଥିଲେ । ଗାଧୋଇବା ସମୟରେ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲେ । ଏହି ଖବର ପାଇବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିଲେ । ପ୍ରାୟ ୩ ଘଣ୍ଟା ପରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେମାନଙ୍କ ପରିଚୟ ମିଳିନାହିଁ । ପୁଲିସ୍‌ ମୃତଦେହ ଗୁଡ଼ିକୁ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସ୍‌ରେ ରଖିଛି ।

ଉଲ୍ଲେଖ ଯୋଗ୍ୟ ଯେ, ରାଉରକେଲା କୋଏଲ ନଗର ‘ଡି’ ବ୍ଲକ ନିକଟରେ ରହିଛି ଭାଟା ବସ୍ତି । ଏହି ବସ୍ତି ପାଶ୍ୱର୍ ଦେଇ ବହି ଯାଇଛି କୋଏଲ ନଦୀ । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ବୁଧବାର ଅପରାହ୍ନ ପ୍ରାୟ ୧ଟା ସମୟରେ ୧୦ରୁ ୧୨ ବର୍ଷ ବୟସର ତିନି ଜଣ ନାବାଳକ ନଦୀ କୂଳକୁ ଆସିଥିଲେ । କୂଳରେ ଥିବା ପଥର ଉପରେ ସେମାନେ ପ୍ୟାଣ୍ଟ ସାର୍ଟ ଓ ଚପଲ ରଖି ନଦୀକୁ ଗାଧୋଇବାକୁ ପଶି ଥିଲେ । ହେଲେ ପାଣି ଅଧିକ ଥିବାରୁ ସେମାନେ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲେ । ଖବର ପାଇସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସେମାନଙ୍କ ପତ୍ତା ମିଳି ନଥିଲା ।

ଅପରାହ୍ନ ପ୍ରାୟ ୩ଟା ସମୟରେ ଦୁଇ ଜଣ ନାବାଳକଙ୍କ ମୃତ ଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କ ଉଦ୍ଧାର କରି କୂଳକୁ ଆଣିଥିଲେ । କିନ୍ତୁ ସେତେବେଳକୁ ଡେରି ହୋଇ ଯାଇଥିଲା । ଦୁଇ ଜଣ ଆଖି ବୁଜି ସାରିଥିଲେ । ଅନ୍ୟ ଜଣେ ନାବାଳକ ନଦୀରେ ନିଖୋଜ ଥିବାରୁ ଝିରପାଣି ପୁଲିସ୍‌ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା । ଅପରାହ୍ନ ୪ଟା ସମୟରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରିବା ପରେ ତୃତୀୟ ନାବାଳକର ଶବ ଉଦ୍ଧାର କରିଥିଲେ ।

Show More

Related Articles

Back to top button