Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନାରେ ଉତ୍ତରପ୍ରଦେଶର ୩ ବିଜେପି ବିଧାୟକଙ୍କ ମୃତ୍ୟୁ

କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ବିଜେପିର ୩ ବିଧାୟକଙ୍କ ମୃତୁ୍ୟ ଘଟିଛି । ଉତରପ୍ରଦେଶରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । କରୋନାରେ ବିଜେପିର ନୱାବଗଙ୍ଗ ବିଧାୟକ କେଶର ସିଂହ ମୃତୁ୍ୟବରଣ କରିଛନ୍ତି । ନୋଇଡ଼ା ହସପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବରୁ ଦଳର ବିଧାୟକ ରମେଶ ଚନ୍ଦ୍ର ଦିବାକର ଓ ସୁରେଶ ଶ୍ରୀବାସ୍ତବଙ୍କର ମୃତୁ୍ୟ ଘଟିଥିଲା

କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ବିଜେପିର ୩ ବିଧାୟକଙ୍କ ମୃତୁ୍ୟ ଘଟିଛି । ଉତରପ୍ରଦେଶରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । କରୋନାରେ ବିଜେପିର ନୱାବଗଙ୍ଗ ବିଧାୟକ କେଶର ସିଂହ ମୃତୁ୍ୟବରଣ କରିଛନ୍ତି । ନୋଇଡ଼ା ହସପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବରୁ ଦଳର ବିଧାୟକ ରମେଶ ଚନ୍ଦ୍ର ଦିବାକର ଓ ସୁରେଶ ଶ୍ରୀବାସ୍ତବଙ୍କର ମୃତୁ୍ୟ ଘଟିଥିଲା । ଏନେଇ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ।

ସ୍ୱର୍ଗତ ସିଂହଙ୍କୁ ପ୍ରଥମେ ଭୋଜିପୁରା ମେଡ଼ିକାଲ କଲେଜରେ ଭର୍ତି କରାଯାଇଥିଲା । ତେବେ ତାଙ୍କୁ ଚିକିତ୍ସା ସୁବିଧା ମିଳିନଥିବାରୁ ତାଙ୍କର ପୁଅ ସାମାଜିକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଥିଲେ । ତାଙ୍କର ପ୍ଲାଜମା ଥେରାପି ହୋଇଥିଲେବି ସେ ସୁସ୍ଥ ହୋଇନଥିଲେ ।

Show More

Related Articles

Back to top button