Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୯ ହଜାର ସଂକ୍ରମିତ ଚିହ୍ନଟ

ଦେଶରେ ଚବିଶ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୯ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ଆରମ୍ଭ ହେବାଦିନ ଠାରୁ ଏହା ସର୍ବାଧିକ ବୋଲି ରେକର୍ଡ ସୃଷ୍ଟି ହୋଇଛି । ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୮ କୋଟିରେ ପହଁଚିଛି ।

ଦେଶରେ ଚବିଶ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୯ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ଆରମ୍ଭ ହେବାଦିନ ଠାରୁ ଏହା ସର୍ବାଧିକ ବୋଲି ରେକର୍ଡ ସୃଷ୍ଟି ହୋଇଛି । ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୮ କୋଟିରେ ପହଁଚିଛି । ଅପରପକ୍ଷରେ ଚବିଶ ଘଣ୍ଟାରେ ୩୬୪୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ୨.୦୪ ଲକ୍ଷରେ ପହଁଞ୍ଚିଛି।

ମେ’ ପହିଲାରୁ ଦେଶରେ ୧୮ରୁ ୪୪ ବର୍ଷର ଲୋକଙ୍କର ଟିକାକରଣ ହେବ । ଏଥିପାଇଁ କୋୱିନ ପୋର୍ଟାଲରେ ୧.୩୩ କୋଟି ଲୋକ ପଞ୍ଜୀକରଣ କରିଛନ୍ତି । ତେବେ କରୋନା ଟିକା ଅଭାବ ପାଇଁ ଟିକାକରଣ ନେଇ ଆଶଙ୍କା ପ୍ରକାଶ ପାଇଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ହସପିଟାଲରେ ଗୁରୁତରଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି । ତେବେ ଧିରେଧିରେ ଅକ୍ସିଜେନ ସଂକଟ ଦୂର ହେବାରେ ଲାଗିଛି ।

Show More

Related Articles

Back to top button