
ଚଳିତ ବର୍ଷ ଭାରି ଶୀତ ଅନୁଭୂତ ହେବ। ଲା’ ନିନା ପ୍ରଭାବ ଦୁର୍ବଳ ହେବା ଯୋଗୁଁ ଶୀତର ପ୍ରକୋପ ପ୍ରବଳ ହେବ ବୋଲି ବୁଧବାର ବିଭାଗ ପକ୍ଷରୁ କୁହାଯାଇଛି।
ଏନଡିଏମଏ ଦ୍ୱାରା ଆୟୋଜିତ ଏକ ୱେବିନାରରେ ଯୋଗଦେଇ ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଋତୁଚକ୍ରରେ ଅନିୟମିତତା ପରିଲକ୍ଷିତ ହେଉଛି। କେବେ ପ୍ରବଳ ବର୍ଷା ହେଉଛି ତ’ କେବେ ମରୁଡ଼ି ପଡ଼ୁଛି; ତେଣୁ ଏ ବର୍ଷ ଅଧିକ ଶୀତ ହେବା ସମ୍ଭାବନା ରହିଛି।