Breaking PLUSଓଡ଼ିଶାମୁଖ୍ୟ ଖବର

ପାଣିପାଗ: ରାଜ୍ୟରେ ୬ଟି ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ସମ୍ଭାବନା

ବର୍ଷା ଓ ବଜ୍ରପାତ ଯୋଗୁଁ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ

ରାଜ୍ୟରେ ବର୍ଷା ବିତ୍ପାତ । ଗୁରୁବାର ପାଇଁ ରାଜ୍ୟର ୬ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ରାୟଗଡା, କୋରାପୁଟ, ମାଲକାନଗିରି ଗଜପତି ଆଦି ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ଲୋକଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦିଆଯାଇଛି।

ସେହିପରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଲୋକେ । ଗଜପତିର କେତେକ ସ୍ଥାନରେ ପାହାଡ ଧସିବା ସହ ଘର ଭୁଷୁଡ଼ି ପ୍ରଭାବିତ ହୋଇଛନ୍ତି ଲୋକେ । ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ପୁରୁଷୋତ୍ତମପୁର ଅଞ୍ଚଳର ହଜାର ହଜାର ଏକର ଚାଷ ଜମିରେ ପାଣି ଜମିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି ।

Show More

Related Articles

Back to top button