ଓଡ଼ିଶା

ଏବର୍ଷ ମଧ୍ୟ ହେବନାହିଁ ବାଲିଯାତ୍ରା

କୋଭିଡ୍‌ କଟକଣା କାରଣରୁ ବାଲି ଯାତ୍ରାର ଆୟୋଜନ କରିଯିବ ନାହିଁ ।

ଚଳିତ ବର୍ଷ ହେବ ନାହିଁ ବାଲିଯାତ୍ରା । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ବାଲିଯାତ୍ରା ବାତିଲ୍‌ କରାଯାଇଥିବା ସୂଚନା ଦେଇଛନ୍ତି ।

ସୂଚନା ଥାଉକି, କରୋନା କାରଣରୁ ଗତ ବର୍ଷ ମଧ୍ୟ ବାଲିଯାତ୍ରାକୁ ବାତିଲ୍‌ କରାଯାଇଥିଲା । ପ୍ରତିବର୍ଷ କାର୍ତ୍ତିକ ମାସ ଶେଷକୁ ପ୍ରସିଦ୍ଧ ବାଲି ଯାତ୍ରାର ଆୟୋଜନ କରାଯାଏ । ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହେବା ସହିତ ବହୁ ଲୋକ ଏହି ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି ।

Show More

Related Articles

Back to top button