ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଭୁବନେଶ୍ୱର ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ବିମାନବନ୍ଦରରୁ ସିଧା ଯିବେ ନବୀନ ନିବାସ

ଓଡ଼ିଶା ଏବଂ ଆନ୍ଧ୍ରପ୍ରେଦଶକୁ ନେଇ ରହିଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେ ସିଧାସଳଖ ନବୀନ ନିବାସକୁ ଯିବା ନେଇ ସୂଚନା ମଳିଛି ।

ବିଶେଷ କରି ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଦୀର୍ଘ ଦିନ ହେଲାଣି ଲାଗି ରହିଛି । ଅନେକ ସମୟରେ ଦୁଇ ରାଜ୍ୟରେ ସୀମା ବିବାଦକୁ ନେଇ ମୁହାଁମୁହିଁ ହେଉଛନ୍ତି ପ୍ରଶାସନିକ ଅଧିକାରୀ । ପୂର୍ବରୁ ଆନ୍ଧ୍ର ମଧ୍ୟ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିଛି । ଉଭୟ ରାଜ୍ୟର ସୀମାରେ ଥିବା ୨୧ ଟି ଗାଁକୁ ନେଇ ବିବାଦ ଲାଗି ରହିଛି । ଏପରିକି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ତେଣୁ ଉଭୟଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନାର ରାସ୍ତା ବାହାରି ପାରେ ବୋଲି ଆଶା କରାଯାଉଛି ।

Show More

Related Articles

Back to top button