ଦେଶ ବିଦେଶବାଣିଜ୍ୟ

ଚଳିତ ସପ୍ତାହରେ ଲଗାତାର ୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଦେଖନ୍ତୁ ଛୁଟି ତାଲିକା

ଯଦି ନଭେମ୍ବର ମାସରେ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କାମ ଅଛି ତାହେଲେ ଏହି ମାସରେ ବ୍ୟାଙ୍କ କେତେ ଦିନ ଖୋଲା ରହିବ କେତେ ଦିନ ବନ୍ଦ ରହିବ ଜାଣି ରଖନ୍ତୁ। ଚଳିତ ମାସରେ ବ୍ୟାଙ୍କ ୧୭ ଦିନ ବନ୍ଦ ରହିବ। ଏହି କ୍ରମରେ ଚଳିତ ସପ୍ତାହରେ ବ୍ୟାଙ୍କ ୫ ଦିନ ବନ୍ଦ ରହିବ। ବ୍ୟାଙ୍କ ସହ ଜଡିତ କିଛି କାମ ଥିଲେ ଆସନ୍ତାକାଲି ହିଁ କରିଦିଅନ୍ତୁ। ୫ ଦିନ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଦେଖନ୍ତୁ ବ୍ୟାଙ୍କ ଛୁଟି ତାଲିକା।

ନଭେମ୍ବର ୧୦ – ଛଠ ପୂଜା ପାଇଁ ବିହାର ଓ ଝାରଖଣ୍ଡରେ ବ୍ୟାଙ୍କ ବନ୍ଦ ରହିବ

ନଭେମ୍ବର ୧୧ – ଛଠ ପୂଜା ପାଇଁ ବିହାର ଓ ଝାରଖଣ୍ଡରେ କାମ ହେବନାହିଁ

ନଭେମ୍ବର ୧୨ – ବଙ୍ଗଳା ଉତ୍ସବ ଅବସରରେ ମେଘାଳୟରେ ସବୁ ବ୍ୟାଙ୍କ ବନ୍ଦ ରହିବ

ନଭେମ୍ବର ୧୩ – ଦ୍ୱିତୀୟ ଶନିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କ କାମ ବନ୍ଦ ରହିବ

ନଭେମ୍ବର ୧୪ – ରବିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ

Show More

Related Articles

Back to top button